Featuredଜାତୀୟ

ହିମାଳୟ ଅଞ୍ଚଳକୁ ଇକୋ-ସେନ୍ସିଟିଭ୍ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି ବିଶେଷଜ୍ଞ

ଉତ୍ତରାଖଣ୍ଡର ଶୈଳସହର ଯୋଶୀମଠ ଦବୁଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏତିକି ପଦକ୍ଷେପ ଯଥେ‌ଷ୍ଟ ନୁହେଁ। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ‘ଆସନ୍ନ ହିମାଳୟୀୟ ସଂକଟ’ ଶୀର୍ଷକ ଉପରେ ଏକ ଗୋଲଟେବୁଲ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ହିମାଳୟ ଅଞ୍ଚଳକୁ ଇକୋ-ସେନ୍ସିଟିଭ୍ ଜୋନ୍ ଘୋଷଣା କରିବାକୁ ଦାବି କରିଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ଦୀର୍ଘକାଳୀନ ପଦକ୍ଷେପ ଗ୍ରହଣ କରିବା ଉଚିତ। ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବା ଏବଂ ବିପର୍ୟ୍ୟୟ ସୃଷ୍ଟିକାରୀ ବଡ଼ବଡ଼ ପ୍ରକଳ୍ପ କାର୍ୟ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ପରିବେଶ ବିଶେଷଜ୍ଞ ମତ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com