ଜାତୀୟରାଜନୀତି

ନିର୍ବାଚନ ଆଚାର ସଂହିତା ଲାଗୁ ସମୟରେ ଚଢ଼ାଉ, ବାଲେଶ୍ୱରରୁ ଜବତ ହୋଇଛି ୭୦ ହଜାର ଲିଟରରୁ ଅଧିକ ମଦ

ଭୁବନେଶ୍ୱର: ଜୋରସୋରରେ ଚାଲିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର | ଭଳିକି ଭଳି ପ୍ରତିଶୃତି ଦେଇ ଏବେ ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଛନ୍ତି ନେତା |ତେବେ ନିର୍ବାଚନ ପୂର୍ବରୁ ଧରପଗଡ଼ ବେଳେ ଧରାପଡିଛି ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ | ନିର୍ବାଚନ ଆଚାର ସଂହିତା ଲାଗୁ ହେଵା ପରେ ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି | ସମଗ୍ର ରାଜ୍ୟରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ, ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି |

ରାଜ୍ୟ ପୁଲିସ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟ ମୁତାବକ ଜାନୁୟାରୀ ୧୯ରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ହୋଇଥିବା ଚଢ଼ାଉରେ ବାଲେଶ୍ୱରରୁ ସର୍ବାଧିକ ୭୦ ହଜାର ୫୩୬ ଲିଟର ମଦ ଜବତ କରାଯାଇଥିବାବେଳେ ସମୁଦାୟ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ସମଗ୍ର ରାଜ୍ୟରୁ ଜବତ କରାଯାଇଛି |

ଅର୍ଥାତ ୧୫ ଦିନରେ ଧରାପଡିଲାଣି ୧ ଲକ୍ଷ ଲିଟରରୁ ଅଧିକ ମଦ ଜବତ କରାଯାଇଛି | ସେହିପରି ରାଉରକେଲାରୁ ସର୍ବାଧିକ ୮ଟି ବନ୍ଧୁକ, ଗଂଜାମରୁ ୭ଟି ବେଆଇନ ବନ୍ଧୁକ ଜବତ କରାଯାଇଛି | ସମଗ୍ର ରାଜ୍ୟରୁ ସମୁଦାୟ ୨୭ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ୱାରେଣ୍ଟ ଥିବା ୧୪୯୨ ଜଣଙ୍କୁ ଧରାଯାଇଛି |

Related Articles

Back to top button
WP Twitter Auto Publish Powered By : XYZScripts.com