ଅନ୍ତର୍ଜାତୀୟଜାତୀୟ

ଲକଡାଉନ୍ ଯୋଗୁ ସମୁଦ୍ରରେ ଟ୍ରାଫିକ୍ ଜାମ୍: ଫସିଲେ ଅନେକ ଜାହାଜ

ବେଜିଂ() ଚୀନରେ କାୟା ବିସ୍ତାର କରିଚାଲିଛି କରୋନା । ଏହି ଭାଇରସର ସବୁଠୁ ଅଧିକା ପ୍ରଭାବ ପଡ଼ିଛି ଚୀନର ଆର୍ଥିକ ରାଜଧାନୀ ସଂଘାଇରେ । କରୋନା ଯୋଗୁ ସଂଘାଇ ଦୀର୍ଘ ଏକ ମାସ ଧରି ଲକଡାଉନରେ ଅଛି । କେବଳ ଜରୁରୀ ସେବାକୁ ଛାଡ଼ିଦେଲ ଅନ୍ୟ ସବୁ ବନ୍ଦ ରହିଛି । ଏହା ଯୋଗୁ ସଂଘାଇର ଆର୍ଥିକ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଏହାର ସବୁଠୁ ଖରାପ ପ୍ରଭାବ ପଡ଼ିଛି ସଂଘାଇ ପୋର୍ଟରେ । ସେଠାରେ ଅନେଇ ଜାହାଜ ଠିଆ ହୋଇ ରହିଛି ।  ଏହାର କାରଣ ହେଉଛି  ପୂର୍ବ ଚୀନର ସାଗରରେ ଟ୍ରାଫିକ୍ ଜାମ୍ ହୋଇ ରହିଛି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫଟୋରେ ଅନେକ ଜାହାଜ ରହିଥିବା ଦେଖାଯାଉଛି । ଅନେକ କିଲୋମିଟର ପଯ୍ୟନ୍ତ ଏହି ଜାହାଜ ଠିଆ ହୋଇ ରହିଥିବା ଫଟୋରେ ସ୍ପଷ୍ଟ ଦେଖାଯାଉଛି । ଜାହାଜ ଗୁଡ଼ିକୁ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଏହି ଅସୁବିଧା ହୋଇଥିବା ଜଣାପଡ଼ିଛି ।

ଅନେକ ଜାହାଜରେ ଖାଇବା ପିଇବା ଏବଂ ଆବଶ୍ୟକୀୟ ସାମଗ୍ରୀ ସରିବାକୁ ବସିଲାଣି । ଏବେ ଏହି ଜାହାଜ ଗୁଡ଼ିକୁ କେତେ ଦିନ ଯାଏ ସମୁଦ୍ରରେ ରଖାଯିବା ନା ତାଙ୍କୁ ବନ୍ଦରକୁ ଆସିବାକୁ ଅନୁମତି ଦିଆଯିବ ତାହା ଏକ ପ୍ରକାର ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com