ଜାତୀୟ

ଅଗ୍ନିପଥ ବିରୋଧ ପ୍ରଦର୍ଶନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ୩୫ ଟ୍ରେନ ବାତିଲ, ୨୦୦ ଟ୍ରେନର ଯାତ୍ରା ପ୍ରଭାବିତ

ନୂଆଦିଲ୍ଲୀ : ଭାରତୀୟ ସେନାର ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ସାରା ଦେଶରେ ଯୁବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି । ୟୁପି ଓ ବିହାର ସମେତ ବିଭିନ୍ନ ରାଜ୍ୟରେ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ଏହାର ପ୍ରଭାବ ରେଳବାଇଙ୍କ ଉପରେ ପଡିଛି। ଲୋକେ ଟ୍ରେନ ଭଙ୍ଗାରୁଜା କରିବା ସହ ଜଳାପୋଡା କରୁଛନ୍ତି। ଏଣୁ ୩୫ଟି ଟ୍ରେନ ବାତିଲ ହୋଇଥିବା ବେଳେ ୨୦୦ ଟ୍ରେନ ଧାର୍ଯ୍ୟ ସମୟରୁ ବିଳମ୍ବରେ ଚାଲୁଥିବା ଜଣାପଡିଛି। ରେଳବାଇ ୧୩ ଟି ଟ୍ରେନକୁ ସର୍ଟ ଟର୍ମିନେଟ କରିଛନ୍ତି।

ବାତିଲ ହୋଇଥିବା ୩୫ ଟ୍ରେନରେ ରେ ୫ଟି ମେଲ ଟ୍ରେନ ଥିବା ବେଳେ ୨୯ଟି ଏକ୍ସପ୍ରେସ୍ ଟ୍ରେନ ରହିଛି। ଏଥିରେ କେବଳ ପୂର୍ବ-ମଧ୍ୟ ରେଳର ୨୨ଟି ଟ୍ରେନ ରଦ୍ଦ ହୋଇଛି। ରେଲୱେ ଅଧିକାରୀଙ୍କ ଅନୁସାରେ ଏହି ବିରୋଧ ଯୋଗୁ ରେଳବାଇର ହୋଇଥିବା କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇ ନାହିଁ। ବିହାରର ସମସ୍ତିପୁର ଓ ଲଖି ସରାୟରେ ଶୁକ୍ରବାର ସକାଳେ ବିକ୍ଷୋଭକାରୀ ୨ଟି ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ପୂର୍ବ-ମଧ୍ୟ ରେଳଙ୍କ ସିପିଆରଓ  ଏକଲବ୍ୟ ଚକ୍ରବର୍ତ୍ତି କହିଛନ୍ତି ଯେ ତାଙ୍କ ରେଳ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ ବିକ୍ଷୋଭ ଯୋଗୁ ୮ଟି ଟ୍ରେନର ସେବା ପ୍ରଭାବିତ ହୋଇଛି।

ଏଥିରେ  ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍ ମଧ୍ୟ ରଦ୍ଦ ହୋଇଛି। ରିପୋର୍ଟ ଅନୁସାରେ ଶୁକ୍ରବାର ନାଙ୍ଗଲୋଇରେ ବିକ୍ଷୋଭକାରୀ ରେଳ ଧାରଣା ଅବରୋଧ କରିଛନ୍ତି। ସକାଳ ପ୍ରାୟ ୯ଟା ୪୫ ମିନିଟରେ ୧୫ରୁ ୨୦ ଜଣ ବିକ୍ଷୋଭକାରୀ ଅଗ୍ନିପଥ ଯୋଜନା ଓ ଆରଆରବି ପରୀକ୍ଷାରେ ବିଳମ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡାଇବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com