ଜାତୀୟବାଣିଜ୍ୟ

ନିର୍ବାଚନ ଫଳ ପୂର୍ବରୁ ଉଛୁଳିଲା ସେୟାର ମାର୍କେଟ୍‌, ସେନ୍‌ସେକ୍ସରେ ୧୩୭୦ ପଏଣ୍ଟ ବୃଦ୍ଧି

ମୁମ୍ୱାଇ : ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି । ଗୁରୁବାର ୧୦.୩୦ ସମୟରେ ସେନ୍‌ସେକ୍ସରେ ୧୩୫୪ ଅଙ୍କ ବୃଦ୍ଧି ହୋଇ ୫୫,୯୮୦ ପଏଣ୍ଟ ଉପରେ କାରବାର ହେଉଛି । ଅନ୍ୟପଟେ ନଫ୍ଟିରେ ମଧ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି । ନିଫ୍ଟି ୩୮୧ ଅଙ୍କ ବଢ଼ିଛି ।
ସକାଳ ୮ ଟା ସମୟରୁ ଭୋଗ ଗଣତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ନିବେଶକ ବେଶ୍‌ ଉତ୍ସାହର ସହ କାରବାର କରୁଛନ୍ତି । ଧିରେ ଧିରେ ବଜାରରେ ବୃଦ୍ଧି ହେଉଛି । ଆକ୍ସିସ୍‌ ବ୍ୟାଙ୍କ୍‌ର ସେୟାରରେ  ୭ ପ୍ରତିଶତ ବୃଦ୍ଧି ହୋଇଛି । ଟାଟା ମୋଟର୍ସର ୬ ପ୍ରତିଶତ ଏବଂ ଏସ୍‌ବିଆଇର ଷ୍ଟକ୍‌ରେ ୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ।
ଗ୍ଲାବାଲ୍‌ ବଜାରରେ ମଧ୍ୟ ଗ୍ରୀନ୍‌ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜିର କାରବାର ଭଲ ହେବା ନେଇ ଆଶା କରାଯାଉଛି । ବୁଧବାର କାରବାର ଶେଷରେ ସେନ୍‌ସେକ୍ସ ୧,୨୨୩.୨୪ ବୃଦ୍ଧି ସହିତ ୫୪,୬୪୭ ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍ଟିରେ ୩୩୧.୯୦ ବଢ଼ି ୧୬,୩୪୫ ପଏଣ୍ଟରେ ବଜାର ବନ୍ଦ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com