Featuredଜାତୀୟବାଣିଜ୍ୟ

ମାତ୍ର ୨୦ ଟଙ୍କାରେ ମିଳୁଛି ଟମାଟୋ, ଜାଣନ୍ତୁ କେଉଁଠି…

ମୋବାଇଲ ନ୍ୟୁଜ୍‌ ବ୍ୟୁରୋ: ଟମାଟୋ କିଲୋ ହେଲା ୨୦ ଟଙ୍କା । କିଛି ଦିନ ହେଲା ଟେନସନ୍‌ରେ ଗ୍ରାହକଙ୍କୁ ନାଲି କରୁଥବବା ଟମାଟୋର ଦର ଏବେ କିଛି ସ୍ଥାନରେ ବହୁ କମ୍ ହୋଇ ଯାଇଛି । ତେବେ ଏହା ଅନ୍ୟ କେଉଁଠି ନୁହେଁ ବରଂ ଆମ ଦେଶର କିଛି ପ୍ରମୁକ ସହରରେ । ତେବେ ଏହି ସ୍ଥାନମାନଙ୍କରେ ରହିଛି କି ଆପଣ ସହର ? ଥରୁଟେ ଦେଖି ନିଅନ୍ତୁ । ଲଗାତାର କିଛି ଦିନ ଧରି ଟମାଟୋର ଦର ଏତେ ମାତ୍ରାରେ ବଢି ଯାିଚି ଯେ କେଉଁଠି ଏହା ୧୫ହ ଟଙ୍କା ତ ଆଉ କେଉଁଠି ୨୦୦ ପାର୍ । ଟମାଟୋ ଏବେ ଖାଇବା ତାଳିରୁ ଉଭାନ ହୋଇ ଯାଇଛି । କେବଳ ସାଧାରଣ ଲୋକ ନୁହଁନ୍ତି ବନ ବଡ଼ ରେଷ୍ଟୁରାଣ୍ଟ ମଧ୍ୟ କିଛି ଦିନ ପାଇଁ ଟମାଟୋକୁ ସେମାନଙ୍କ ଖାଦ୍ୟ ମେନ୍ୟୁରୁ ହଟାଇ ଦେଇଚନ୍ତି । ତେବେ ସେ ଯାହା ବି ହେଉ ଏବେ କିଛି ସ୍ଥାନରେ ଗ୍ରାହକଙ୍କୁ ଟିକିଏ ମାତ୍ରାରେ ଆଶ୍ୱସ୍ତି ମିଳିଛି । କାରଣ ଏବେ ଟମାଟୋ ୨୦ ଟଙ୍କାରେ ମିଳୁଛି । ଆପଣ ବୋଧହୁଏ ଭାବୁଥିବେ ଏହା ମଜାକ୍ , କିନ୍ତୁ ନା ପ୍ରକୃତରେ ୨୦ ଟଙ୍କାରେ ଟମାଟୋ ମିଳୁଛି ।

ସୂଚନା ଅନୁଯାୟୀ ତାମିଲ ନାଡ଼ୁର କଡ଼ଲୋର୍ ରେ ଏକ ଦୋକାନୀ ଏହିପରି ଅଫର ରଖିଛନ୍ତି । ଯେଉଁଥିରେ ସେ ୨୦ ଟଙ୍କାରେ ଏକ କିଲୋ ଟମାଟୋ ଦେଉଛନ୍ତି । ଡି ରାଜେଶ ନାମକ ଜଣେ ଦୋକାନୀ ଏହି ବଡ଼ ଅଫର ଦେଇଥିଲେ। ରାଜେଶ, ୩୮ ବର୍ଷ, ସେଲାକୁପମ୍ ଅଞ୍ଚଳରେ ଊଜ ଭେଜିଟେବଲ୍ସ ଏଣ୍‌ନ ଓନିଅନ୍ ନାମକ ଏକ ପନିପରିବା ଦୋକାନ ଚଳାନ୍ତି । ସେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ୬୦ ଟଙ୍କା କିଲୋରେ ୫୫୦ କିଲୋଗ୍ରାମ ଟମାଟୋ ଅର୍ଡର କରିଛନ୍ତି । ତଥାପି, କ୍ଷତି ସହି ସେ ସମ୍ପୂର୍ଣ୍ଣ ଟମାଟୋକୁ ଲୋକଙ୍କୁ ଶସ୍ତାରେ ବିକ୍ରି କରୁଛନ୍ତି । ଡି ରାଜେଶ ଗ୍ରାହକଙ୍କୁ କେଜି ପିଛା ମାତ୍ର ୨୦ ଟଙ୍କାରେ ଟମାଟୋ ଦେଇଥିଲେ। ଏହିପରି, ତାଙ୍କୁ କିଲୋଗ୍ରାମ ପିଛା ୪୦ ଟଙ୍କା କ୍ଷତି ସହିବାକୁ ପଡ଼ିଛି । ତାଙ୍କ ଦୋକାନର ୪୦ ବର୍ଷ ପୂରଣ ଅବସରରେ ସେ ଏଭଳି ଲୋଭନୀୟ ଅଫର ଦେଇଛନ୍ତି ।

ବର୍ତ୍ତମାନ ଖୁଚୁରା ବଜାରରେ ଟମାଟୋ ୧୦୦ କିଲୋଗ୍ରାମ ମୂଲ୍ୟ ଅତିକ୍ରମ କରିସାରିଛି, ଯଦି କିଲୋଗ୍ରାମ ପିଛା ୨୦ ଟଙ୍କା ହୁଏ ତେବେ ଗ୍ରାହକ ମନଇଚ୍ଛା କିଣିବେ । ରାଜେଶଙ୍କୁ ଏହା ପୂର୍ବରୁ ଜଣା ଥିଲା ଏହି କାରଣରୁ ସେ କ୍ରେତାମାନଙ୍କ ପାଇଁ ଏକ ସର୍ତ୍ତ ରଖିଥିଲେ ଯେ ଜଣେ ଗ୍ରାହକ ଏକ କିଲୋରୁ ଅଧିକ ଟମାଟୋ କିଣି ପାରିବେ ନାହିଁ। ରାଜେଶ କହିଛନ୍ତି ଯେ ଅଧିକରୁ ଅଧିକ ଲୋକ ଶସ୍ତା ଟମାଟୋର ଲାଭ ଉଠାଇପାରନ୍ତୁ ସେଥିପାଇଁ ସେ ଏହି ସର୍ତ୍ତ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com