Breaking NewsFeaturedଜାତୀୟମନୋରଞ୍ଜନ

‘ଓ ମାଇ ଗଡ-୨’ ପୋଷ୍ଟର୍ ରିଲିଜ୍ ହେବା ପରେ ୟୁଜର୍ସ କହିଲେ ଓଃ! ମାଇ ଗଡ୍…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମହାକାଳ ରୂପରେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର । ପୁଣି ଥରେ ଅକ୍ଷୟ କୁମାର ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି । ଆଗାମୀ ଫିଲ୍ମ ‘ଓ ମାଇ ଗଡ’ର ସିକ୍ୱେଲ ସହ ବଡ ପରଦାରେ ନଜର ଆସିବେ । ବର୍ତ୍ତମାନ ‘ଓ ମାଇ ଗଡ’ର ରିଲିଜ ତାରିଖ ଘୋଷଣା ହେବାକୁ ଯାଉଛିା ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ଏହି ସିନେମାର ଏକ ଫଟୋ ସେୟାର କରିଛନ୍ତି ଅକ୍ଷୟ । ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି ଆ ରହେ ହମ, ଆଏଗେଁ ଆପ ଭି ।

୧୧ ଅଗଷ୍ଟ ସିନେମା ହଲରେ ଭେଟିବା । ଏହା ସହ ସେୟାର କରିଥିବା ପୋଷ୍ଟରରେ ସେ ଶିବଙ୍କ ଅବତାରରେ ଦେଖା ଦେଇଛନ୍ତି । ଭୋଲେ ବାବାଙ୍କ ପରି ପାଉଁଶରେ ଆବୃତ ଅକ୍ଷୟଙ୍କ ଲମ୍ବା କେଶ, ବେକରେ ରୁଦ୍ରାକ୍ଷ ଏବଂ ହାତରେ ଡମ୍ବରୁ ଧରି ଠିଆ ହୋଇଥିବା ନଜର ଆସିଛନ୍ତି । ଏହି ପୋଷ୍ଟକୁ ଅକ୍ଷୟଙ୍କ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି । ପୋଷ୍ଟର ସେୟାର ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷ କରିଥିବା ପ୍ରତିକ୍ରିୟାରେ କହିଛନ୍ତି ।

୨୦୧୨ରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଓ ପରେଶ ରାୱଲଙ୍କ ମୁଭି ଓ ମାଇ ଗଡ ବକ୍ସ ଅଫିସରେ ହିଟ ହୋଇଥିଲା । ଓ ମାଇ ଗଡ ସଫଳତାର ୧୧ ବର୍ଷ ପରେ ଓ ମାଇ ଗଡ-୨ ମାଧ୍ୟମରେ ଅକ୍ଷୟ ପୁଣିଥରେ ଫେରିଛନ୍ତି । ପ୍ରଥମ ପାର୍ଟରେ ଅକ୍ଷୟଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ଦେଖିବାକୁ ମିଳିଥିଲା । ହେଲେ ଓ ମାଇ ଗଡ ୨ରେ ଅକ୍ଷୟ ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପୋଷ୍ଟର ଦର୍ଶକଙ୍କୁ ଖୁବ ଇମ୍ପ୍ରେସ କରିଥିବା ବେଳେ ଏହି ସିନେମାରେ ଅକ୍ଷୟ କୁମାର, ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିଦେ୍ର୍ଦଶନା ଦେଇଛନ୍ତି ଅମିତ ରାୟ । ତେବେ ଏଠି କହିରଖୁଛୁ ଏହି ଫିଲ୍ମଟି ଓଟିଟିରେ ନୁହେଁ ବରଂ ସିନେମାହଲରେ ରିଲିଜ ହେବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com