ଜାତୀୟମନୋରଞ୍ଜନ

ଦକ୍ଷିଣ ଭାରତର ଏହି ସୁପରଷ୍ଟାରଙ୍କ ସହ ଆଲିଆ ଭଟ୍ଟଙ୍କ କଡ଼ା ଟକ୍କର!

ମୁମ୍ବାଇ: ଚଳିତ ବର୍ଷ ପ୍ରଥମ କଡ଼ା ଟକ୍କର ଫେବ୍ରୁଆରି ମାସର ଶେଷ ସପ୍ତାହରେ ଦେଖିବାକୁ ମିଳିବ। କାରଣ ଗୋଟିଏ ଦିନ ବ୍ୟବଧାନରେ ଦୁଇଟି ବିଗ୍ ବଜେଟର ଛବି ମୁକ୍ତିଲାଭ କରୁଛି। ଗତ ସପ୍ତାହରେ ସଞ୍ଜୟ ଲୀଲା ଭଁସାଲୀଙ୍କ ପିରିୟଡ ଡ୍ରାମା ‘ଗାଙ୍ଗୁବାଇ କାଠିଆୱାଡି’ ଫେବ୍ରୁଆରି ୨୫ ତାରିଖରେ ସିନେମାରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଥିଲା।

ଏଣେ ଦକ୍ଷିଣ ଭାରତର ସୁପରଷ୍ଟାର୍ ଅଜିତଙ୍କ ଅଭିନୀତ ‘ଭାଲିମାଇ’ ଫେବ୍ରୁଆରି ୨୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବୋନି କପୁରଙ୍କ ଦ୍ୱାରା ନିର୍ମିତ ଏହି ଆକ୍ସନ୍ ଫିଲ୍ମଟି କେବଳ ମୂଳ ତାମିଲ ଭାଷାରେ ନୁହେଁ, ବରଂ ହିନ୍ଦୀ, ତେଲୁଗୁ ଏବଂ କନ୍ନଡ଼ରେ ମଧ୍ୟ ମୁକ୍ତିଲାଭ କରିବ। ନିକଟରେ ଦକ୍ଷିଣ ଭାରତୀୟ ସିନେମା ‘ପୁଷ୍ପା’ ହିନ୍ଦୀରେ ଡବ୍ ହୋଇ ବିପୁଳ ବ୍ୟାବସାୟିକ ସଫଳତା ହାୌଲ କରିଛି। ଏଦୃଷ୍ଟିରୁ ‘ଭାଲିମାଇ’ର ସଫଳତାକୁ ନେଇ ଏହାର ପ୍ରଯୋଜକ ଆଶାବାଦୀ ହେବା ସ୍ବାଭାବିକ।
ସୂଚନାଯୋଗ୍ୟ, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସଞ୍ଜୟଲୀଲା ଭସାଂଲୀଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ୨୦୨୨ ଜାନୁଆରି ୬ ତାରିଖରେ ରିଲିଜ୍ ହେବାର ଥିଲା। ମାତ୍ର କୋଭିଡ କଟକଣା ହେତୁ ତାହା ଅଟକି ରହିଥିଲା। ଜୟନ୍ତୀଲାଲ ଗଦା ଓ ସଞ୍ଜୟଲୀଲା ଭସାଂଲୀଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମିତ ହୋଇଛି। ‘ଗଙ୍ଗୁବାଈ କାଠିଆୱାଡ଼ି’ ଏକ ବାସ୍ତବ କାହାଣୀ ଆଧାରରେ ତିଆରି ହେଇଛି। ଏଥିରେ ବଲିଉଡ ତାରକର ଅଜୟ ଦେବଗନ୍ ଓ ଏମ୍ରାନ୍ ହାସମୀ ବି ସ୍ବତନ୍ତ୍ର ଭୂମିକାରେ ନଜର ଆସିବେ। ମୋଟାମୋଟି ଭାବେ ‘ଗଙ୍ଗୁବାଈ କାଠିଆୱାଡ଼ି’ ଓ ‘ଭାଲିମାଇ’ ମଧ୍ୟରେ ହେବାକୁ ଥିବା ଟକ୍କରରେ କିଏ ବାଜିମାତ୍ କରୁଛି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com