ଜାତୀୟ

ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଆକ୍ଟିଂ ନୁହେଁ କରିବେ ଏହି କାମ

ମୁମ୍ବାଇ() ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଏଥରକ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କ ଡେବ୍ୟୁ। ତେବେ ଶାହାରୁଖ ପୂର୍ବରୁ ହିଁ କହିସାରିଛନ୍ତି ଯେ ଆର୍ଯ୍ୟନ୍‌ଙ୍କୁ ଆକ୍ଟିଂରେ ଆଦୌ ଆଗ୍ରହ ନାହିଁ। ସେ ଫିଲ୍ମରେ ଅଭିନୟ କରିବା ଅପେକ୍ଷା ଫିଲ୍ମ ତିଆରି କରିବାକୁ ଅଧିକ ଇଚ୍ଛୁକ। ଦୀର୍ଘ ଦିନ ଧରି ଶୁଣିବାକୁ ମିଳୁଥିଲା ଯେ ଆର୍ଯ୍ୟନ୍‌ ଖାନ୍‌ ନିର୍ଦ୍ଦେଶନା ଦେବେ। ଏବେ ତାଜା ରିପୋର୍ଟ ମୁତାବକ, ଆର୍ଯ୍ୟନ୍‌ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛନ୍ତି।

 

View this post on Instagram

 

A post shared by Aryan Khan (@___aryan___)

 କୁହାଯାଉଛି ଯେ ଆର୍ଯ୍ୟନ୍‌ ଏବେ ଚୁପ୍‌ଚାପ୍‌ କେତେକ ଫିଲ୍ମରେ କାମ କରୁଛନ୍ତି। ଏହା ଫିଚର ଫିଲ୍ମ ଭାବେ କିମ୍ବା ୱେବ୍‌ ସିରିଜ୍‌ ଭାବେ ରିଲିଜ୍‌ ହୋଇପାରେ। ଆର୍ଯ୍ୟନ୍‌ ଯେଉଁ ବିଷୟରେ କାମ କରୁଛନ୍ତି, ସେଥିରୁ ଗୋଟିଏ ରେଡ୍‌ ଚିଲ୍ଲୀ ଏଣ୍ଟରଟେନ୍‌ମେଣ୍ଟର ବ୍ୟାନରରେ ଆମାଜନ ପ୍ରାଇମ୍‌ ପାଇଁ ୱେବ୍‌ ସିରିଜ୍‌ ତିଆରି କରୁଛି। ସେହିପରି ଆଉ ଏକ ଫିଚର ଫିଲ୍ମ ମଧ୍ୟ ତିଆରି କରାଯାଉଛି। ଆମାଜନ୍‌ ପ୍ରାଇମ୍‌ ପାଇଁ ତିଆରି ହେଉଥିବା ୱେବ୍‌ ସିରିଜ୍‌ରେ ଜଣେ ଫ୍ୟାନ୍‌ର ସଂଘର୍ଷମୟ କାହାଣୀ ପ୍ରଦର୍ଶିତ ହେବ, ଯାହାର ଜୀବନ ରୋମାଞ୍ଚରେ ଭରପୂର। ତେବେ ଏହି ଫିଚର ଫିଲ୍ମକୁ ନେଇ ଏବେ ଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ।

 

View this post on Instagram

 

A post shared by Aryan Khan (@___aryan___)

ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତେବେ ଚଳିତବର୍ଷ ହିଁ ସୁଟିଂ ଆରମ୍ଭ ହୋଇଯିବ। ତେବେ କେବଳ ଏହି ଦୁଇଟି ବିଷୟ ନୁହେଁ, ରେଡ୍‌ ଚିଲ୍ଲୀ ଏଣ୍ଟରଟେନ୍‌ ମେଣ୍ଟ ରାଇଟର୍ସ ଆର୍ଯ୍ୟନ୍‌ଙ୍କ ସହ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଆର୍ଯ୍ୟନ୍‌ ଏବେ କୋ-ରାଇଟର ବିଲାଲ ସିଦ୍ଦିକି ସହ କାମ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com