Featuredକ୍ରୀଡ଼ାଜାତୀୟ

ଗୁଜରାଟ ଓ ଚେନ୍ନାଇ ମ୍ୟାଚକୁ ନେଇ ସେହୱାଗଙ୍କ ଭବିଷ୍ୟବାଣୀ: ବ୍ୟାଟର୍‌ଙ୍କ ଅପେକ୍ଷା ବୋଲର୍‌ କରିବେ ଧମାଲ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆଇପିଏଲରେ ଗୁଜରାଟ ଟାଇଟାନ୍ସ ଓପନର ଶୁବମନ ଗିଲ ହାସଲ କରିଛନ୍ତି ଦ୍ୱିତୀୟ ଶତକ । ଚଳିତ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ପରେ ଦୁଇ ଶତକ ରେକର୍ଡ କରିବାରେ ଗିଲ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ । ରବିବାର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମୁକାବିଲା ବେଳେ ଶୁଭମାନ ଏହି ରେକର୍ଡ ହାସଲ କରିଛନ୍ତି । ଏହି ହାଇ ଭୋଲଟେଜ ମ୍ୟାଚରେ ଗିଲ ମାତ୍ର ୫୨ ବଲରେ ୧୦୪ ରନ କରି ଅପରାଜିତ ରହି ଗୁଜରାଟ ଟାଇଟାନକୁୁ ପ୍ଲେ ଅଫ ମ୍ୟାଚକୁ ଯିବା ପାଇଁ ସାହାଯ୍ୟ କରିଥିଲେ । ଚଳିତ ଆଇପିଏଲରେ ୨୩ ବର୍ଷିୟ ଗିଲ ଜବରଦସ୍ତ ଫର୍ମରେ ଅଛନ୍ତି । ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୪ଟି ମ୍ୟାଚରେ ମୋଟ ୬୮୦ ରନ କରି ଅରେଞ୍ଜ କ୍ୟାପ ଲିଷ୍ଟର ଦୁଇ ନମ୍ବର ସ୍ଥାନରେ ଅଛନ୍ତି ସେ । ଗତ ଦୁଇଟି ମ୍ୟାଚରେ ସେ ବ୍ୟାକ ଟୁ ବ୍ୟାକ ଶତକ ହାସଲ କରିଛନ୍ତି ।

ମଙ୍ଗଳବାର ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପ୍ଲେ ଅଫ ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ।  ଏହି ମ୍ୟାଚରେ କ୍ରମାଗତ ତୃତୀୟ ଶତକ ହାସଲ କରିବାକୁ ପ୍ରସ୍ତୁତ ହେଉଛନ୍ତିି ଶୁବମନ ଗିଲ । ଆଜି ସନ୍ଧ୍ୟାରେ ଶୁବମନ ପଡିଆକୁ ଓହ୍ଲାଇବା ମାତ୍ରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ । କାରଣ ଗିଲ ହେଉଛନ୍ତି ଗୁଜରାଟ ଟାଇଟନ୍ସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଯେଉଁଥିପାଇଁ ସେ ସମସ୍ତଙ୍କ ନଜରରେ ରହିବେ । ତେବେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟସ ମ୍ୟାନ ବୀରେନ୍ଦ୍ର ସେହୱାଗ କହିଛନ୍ତି ଗିଲଙ୍କ ଅପେକ୍ଷା ଗୁଜରାଟ ଓ ଚେନ୍ନାଇ ମ୍ୟାଚରେ ରସିଦ ଖାନ ହିଁ ଟ୍ରମ୍ପ କାର୍ଡ ସାଜିବେ । ଯେତେବେଳେ ଦଳକୁୁ ୱିକେଟ ଦରକାର ପଡିବ ସେତେବେଳେ ସେମାନେ ରସିଦଙ୍କୁ ହିଁ ବ୍ୟବହାର କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com