Featuredରାଜନୀତି

ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ, ଏଥର ଆଉ ରକ୍ଷା ପାଇବେ ନାହିଁ, ଦେଖନ୍ତୁ ରହସ୍ୟ

ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ଆସିଲେ ଆଉ ରକ୍ଷା ପାଇବେ ନାହିଁ । ପଂଜାବରେ ଏଂଟ୍ରି କଲେ ଏଥର ଛାଡିବୁନି । ମୋଦିଙ୍କୁ ମିଳିଛି ଏଭଳି ଖୋଲାଖୋଲି ଧମକ । ଚାଲିଥିବା କୃଷକ ଆନେ୍ଦାଳନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଂଜ ଦେଇଛନ୍ତି କୃଷକ । ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି। ସାମ୍ନାକୁ ଆସିଥିବା ଏହି ଭିଡିଓରେ ଜଣେ ଚାଷୀ ଖୋଲାଖୋଲି ଭାବେ ମୋଦିଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ସେ ପୁଣି ଥରେ ପଞ୍ଜାବରେ ପାଦ ରଖନ୍ତି, ତେବେ ଭୟଙ୍କର ପରିଣାମ ଭୋଗିବେ। ଗତଥର ମୋଦି ପଞ୍ଜାବରୁ ପଳାଇ ଯାଇଥିଲେ, ଯଦି ସେ ଏଥର ପଞ୍ଜାବକୁ ଆସନ୍ତି ତେବେ ତାଙ୍କୁ ଆଉ ରକ୍ଷା ନାହିଁ। ତାଙ୍କୁ ଛଡ଼ାଯିବ ନାହିଁ।

ଏଠାରେ କହିରଖୁଛୁ ଯେ, ଏମଏସପି ଗ୍ୟାରେଂଟି ଆଇନ ଲାଗୁ ଦାବି ସହ ଅନେକ ଦାବି ନେଇ ମୁଣ୍ଡ ଟେକିଥିବା ଚାଷୀ ଆନେ୍ଦାଳନ ଦିଲ୍ଲୀ ଅଭିମୁଖେ ବାହାରିଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ବ୍ୟାପକ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। କେନ୍ଦ୍ରୀୟ ଦିଲ୍ଲୀ ଏବଂ ହରିଆଣାର ସୀମା ଅଞ୍ଚଳକୁ ଅଭେଦ ଦୁର୍ଗରେ ପରିଣତ କରାଯାଇଛି। ୭ରୁ ୮ ଥାକିଆ ବ୍ୟାରିକାଡ କରାଯିବା ସହ ଲୁହା କଣ୍ଟା, କଣ୍ଟା ତାର, କଙ୍କ୍ରିଟ କାନ୍ଥ ସବୁ ଠିଆ କରାଯାଇଛି। ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସିଙ୍ଘୁ ଓ ଟିକରୀ ସୀମାରେ ଯାତାୟତ ବନ୍ଦ କରାଯାଇଛି। ଅର୍ଦ୍ଧସୈନିକ ବଳର ଯବାନମାନଙ୍କୁ ସୀମାରେ ମୁତୟନ କରାଯିବା ସହ ପୂରା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଡ୍ରୋନର ସହାୟତା ନିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com