Breaking NewsFeaturedଅନ୍ତର୍ଜାତୀୟଜାତୀୟବାଣିଜ୍ୟ

ଭାରତରେ ଅଛି ବିଶ୍ୱର ସବୁଠାରୁ ବଡ଼ ଅଫିସ୍, ଜାଣନ୍ତୁ କେଉଁଠି

ଆମେରିକାର ପେଣ୍ଟାଗନ୍‌ ହାଉସ୍‌କୁ ପଛରେ ପକାଇଲା ଭାରତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଶ୍ୱର ସବୁଠାରୁ ବଡ଼ ଅଫିସ୍ ବିଲ୍ଡିଂ ଥିବା ସ୍ଥାନର ଆଖ୍ୟା ଆମେରିକାର ପେଣ୍ଟାଗନ୍ ର ଥିଲା । ଯାହା ଏବେ ଭାରତ ହାତେଇବାକୁ ଯାଉଛି । ଭାରତରେ ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟାଳୟ ଭବନ ନିର୍ମାଣ ହେଉଛି । ଏହା ଗୁଜରାଟର ସୁରଟଠାରେ ନିର୍ମାଣ ହୋଇଛି । ସୁରଟକୁ ହୀରା ବ୍ୟାପାରର କେନ୍ଦ୍ରସ୍ଥଳୀ ବୋଲି କୁହାଯାଏ । ଏହି ବିଲ୍ଡିଂକୁ ମଧ୍ୟ ହୀରା ବ୍ୟବସାୟ କେନ୍ଦ୍ର ଭାବରେ ବ୍ୟବହାର କରାଯିବ । ଏହି ବିଲ୍ଡିଂକୁ ନିର୍ମାଣ କରିବା ପାଇଁ ୪ବର୍ଷ ସମୟ ଲାଗିଛି । ସୂଚନା ଅନୁଯାୟୀ ସୁରଟରେ ବିଶ୍ୱର ୯୦ ପ୍ରତିଶତ ହୀରାର ନିର୍ମାଣ କରାଯାଏ । ଯଦି ଆମେ ଆମେରିକାର ପେଣ୍ଟାଗନ କଥା କହିବା ତେବେ ଏହା ପାଖରେ ବିଗତ ୮୦ ବର୍ଷ ଧରି ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟାଳୟ ଥିବା ମୁକୁଟ ଥିଲା । କିନ୍ତୁ ବର୍ତ୍ତମାନ ଏହି ଟାଇଟଲ ସୁରଟ ଡାଇମଣ୍ଡ ବୋର୍ସ ହାତେଇ ନେଇଛି ।

ଏହି ଚମତ୍କାର କୋଠାର ନାମ ସୁରଟ ଡାଇମଣ୍ଡ ବୋର୍ସ ରଖାଯାଇଛି । ରତ୍ନର ରାଜଧାନୀ ଭାବେ ପ୍ରସିଦ୍ଧ ସୁରତ ବା ସୁରଟ ସହରର ଏହି କୋଠାକୁ , ୱାନ୍ ଷ୍ଟପ୍ ଡେଷ୍ଟିନେସନ ଭାବରେ ନିର୍ମାଣ କରାଯାଇଛି । ଏହା ସମୁଦାୟ ୧୫ ମହଲା ବିଶିଷ୍ଟ ଅଟେ ଯାହା ୩୫ ଏକର ଜମିରେ ବ୍ୟାପିଛି । ଏଥିରେ ହୀରା କାରବାର ସହ ଜଡ଼ିତ ପଲିସର୍ଶ, କଟର୍ସ ଓ ବେପାରୀଙ୍କ ପାଇଁ ସମସ୍ତ ସୁବିଧା ପ୍ରଦାନ କରାଯାଇଛି । ଏହି କୋଠାଟି ୯ଟି ଆୟତାକାର ସଂରଚନା ଆକାରରେ ନିର୍ମିତ ଏବଂ ସମସ୍ତେ ପରସ୍ପର ସହିତ କେନ୍ଦ୍ରୀୟ ମେରୁଦଣ୍ଡ ଆକାରରେ ସଂଯୁକ୍ତ । ଏହି ବିଲ୍ଡିଂ ନିର୍ମାଣ କରୁଥିବା କମ୍ପାନୀ ଦାବି କରିଛି ଯେ ଏହା ମୋଟ ୭.୧ ନିୟୁତ ବର୍ଗଫୁଟରୁ ଅଧିକ ଜମି ଅଛି । ଆସନ୍ତା ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବନର ଉଦଘାଟନ କରିବାକୁ ଯାଉଛନ୍ତି। ଭବନଟିରେ ପ୍ରାୟ ତିନିହଜାର ଦିଶହ କୋଟି ବ୍ୟୟ ହୋଇଥିବା କୁହାଯାଉଛି।

Surat Diamond Bourse — World's largest office building is now in India

ଗୁରୁତ୍ଵପୂର୍ଣ୍ଣ ଯେ ଏହି କମ୍ପ୍ଲେକ୍ସରେ ଏକ ମନୋରଞ୍ଜନ ଏବଂ ପାର୍କିଂ କ୍ଷେତ୍ର ମଧ୍ୟ ଅଛି, ଯାହା ସମୁଦାୟ ୨୦ ଲକ୍ଷ ବର୍ଗ ଫୁଟ ଉପରେ ବ୍ୟାପିଛି । କମ୍ପାନୀ ଅଧିନିୟମ, ୨୦୧୩ର ଧାରା ୮ ଅନୁଯାୟୀ ପଞ୍ଜୀକୃତ SDB, ଡାଇମଣ୍ଡ ବୋର୍ସ ଏକ ଅଣଲାଭକାରୀ ସଂସ୍ଥା । ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ଗାଦୱି କହିଛନ୍ତି ଯେ ନୂତନ ବିଲ୍ଡିଂ କମ୍ପ୍ଲେକ୍ସ ହଜାର ହଜାର ହୀରା ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବ। ଏହା ବ୍ୟବସାୟୀମାନଙ୍କୁ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଟ୍ରେନ୍ ଯୋଗେ ଦୈନିକ ଭ୍ରମଣରୁ ମଧ୍ୟ ମୁକ୍ତି ଦେବ ।
ଏକ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ପରେ ସୁରଟ ଡାଇମଣ୍ଡ ବୋର୍ସର ଡିଜାଇନ୍ ଭାରତୀୟ ଫାର୍ମ ମର୍ଫୋଜେନେସିସ୍ ଦ୍ୱାରା ଡିଜାଇନ୍ କରାଯାଇଛି। ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି ମହେଶ ଗାଦୱି କହିଛନ୍ତି ଯେ ଏହି କୋଠା ନିର୍ମାଣ କରିବାବେଳେ ଆମେ ଆମେରିକାର ପେଣ୍ଟାଗନ୍କୁ ପଛରେ ପକାଇଦେବୁ ବୋଲି ମଧ୍ୟ ଭାବି ନ ଥିଲୁ। ଆମେ କେବଳ ବ୍ୟବସାୟୀଙ୍କ ସୁବିଧା ପାଇଁ ଏହାକୁ ପ୍ରସ୍ତୁତ କରିଛୁ । ଏହା ସହିତ ସେ   ମଧ୍ୟ କହିଛନ୍ତି ଯେ ହୀରା ବାଣିଜ୍ୟର ଏହି ହବରେ ହୀରା ଉତ୍ପାଦନକାରୀ କମ୍ପାନୀ ବିଲଡିଂ ନିର୍ମାଣ ପୂର୍ବରୁ ମଧ୍ୟ ସେମାନଙ୍କ କାର୍ଯ୍ୟାଳୟ କିଣିସାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com