ଜାତୀୟ

ସିଞ୍ଜୋ ଆବେଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ତବ୍ଦ, କହିଲେ ପ୍ରିୟ ମିତ୍ରଙ୍କୁ ହରାଇଲି

ନୂଆଦିଲ୍ଲୀ: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି।  ସବୁଠୁ ପ୍ରିୟମିତ୍ରଙ୍କ ମଧ୍ୟରେ ଅନ୍ୟତମ ସିଞ୍ଜୋ ଆବେଙ୍କ ଦୁଃଖଦ ନିଧନରେ ସ୍ତବ୍ଦ ଓ ଦୁଃଖିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଜଣେ ମହାନ ବୈଶ୍ୱିକ ନେତା, ଉଲ୍ଲେଖନୀୟ ପ୍ରଶାସକ ଥିଲେ।  ଜାପାନକୁ ବିଶ୍ୱର ଭଲ ରାଷ୍ଟ୍ରରେ ପରିଣତ କରିବାପାଇଁ ସେ ନିଜକୁ ସମର୍ପି ଦେଇଥିବା କହିଛନ୍ତି ମୋଦି।

ସିଞ୍ଜୋ ଆବେଙ୍କ ସହ ସମ୍ପର୍କ ମୋର ଅନେକ କାଳର। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା କାଳରେ ତାଙ୍କୁ ଜାଣିଥିଲି ଓ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ବନ୍ଧୁତ୍ୱ ଜାରିଥିଲା। ଅର୍ଥ ବ୍ୟବସ୍ଥା ଓ ବୈଶ୍ୱିକ ମାମଲାରେ ତାଙ୍କ ଦୃଷ୍ଟିକୋଣ ବାସ୍ତବିକ ଉଲ୍ଲେଖନୀୟ ଥିଲା। ନିକଟରେ ଜାପାନ ଗସ୍ତକାଳରେ ତାଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା। ତେବେ ଏହା ଆମର ଶେଷ ସାକ୍ଷାତ ବୋଲି କେବେ କଳ୍ପନା ମଧ୍ୟ କରିନଥିଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ଦୁଃଖର ଏହି କ୍ଷଣରେ ପୁରା ଭାରତ ଜାପାନ ସହ ଛିଡା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com