Featuredଅନ୍ତର୍ଜାତୀୟଜାତୀୟ

ବେକାର ହୋଇଯିବ କୋଭାକ୍ସିନ ଟିକାର ୫କୋଟି ଡୋଜ୍

ଭାରତ ବାୟୋଟେକ୍‌ ଙ୍କ କୋଭିଡ-୧୯ ଭେକ୍ସିନର ପାଖାପାଖି ୫ କୋଟି ଡୋଜ ବଳି ପଡିଛି। ଏ ଗୁଡିକର ବ୍ୟବହାର ସମୟ ସୀମା ୨୦୨୩ ଜାନୁୟାରୀ ରେ ଶେଷ ହୋଇଯିବ। ଚାହିଦା କମ ଯୋଗୁ ଟିକାର କେହି କ୍ରେତା ମିଳୁ ନାହାନ୍ତି। ଚାହିଦା କମ ଥିବାରୁ ଏହି ୨ ଡୋଜ୍‌ କୋଭାକ୍ସିନ ଟିକାର ଉତ୍ପାଦନ ଚଳିବର୍ଷ ପ୍ରାରମ୍ଭରେ ରୋକି ଦିଆଯାଇଥିଲା। ତେବେ କମ୍ପାନୀ ୨୦୨୧ ଶେଷ ହେବା ପୂର୍ବରୁ ୧ ବିଲିୟନ ଡୋଜ ପ୍ରସ୍ତୁତ କରିଦେଇଥିଲା। ଭାରତ ବାୟୋଟେକଙ୍କ ନିକଟରେ ୨୦କୋଟିରୁ ଅଧିକ ଡୋଜ ରହିଛି। ତେବେ ଶିଶିରେ ୫ କୋଟିରୁ ଅଧିକ ଡୋଜ ଉପଯୋଗ ଲାଗି ପ୍ରସ୍ତୁତ ହୋଇ ରହିଛି।  ଟିକାର ଚାହିଦା ହ୍ରାସ ଯୋଗୁ ଚଳିବର୍ଷ ପ୍ରାରମ୍ଭରେ ୭ ମାସ ପୂର୍ବେ ଟିକାର ଉତ୍ପାଦନ ରୋକି ଦିଆଯାଇଥିଲା। ଶିଶିମାନଙ୍କରେ ଥିବା କୋଭାକ୍ସିନର ଡୋଜ ୨୦୨୩ ପ୍ରାରମ୍ଭରେ ଏକ୍ସପାୟର ହୋଇଯିବ। ତେବେ ଏହି ଟିକା ଖରାପ ହେବା ଯୋଗୁ ଭାରତ ବାୟୋଟେକର କେତେ କ୍ଷତି ହେବ ତାହା ଜଣାପଡି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com