Featuredଓଡ଼ିଶାମନୋରଞ୍ଜନ

ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ

ଓଲିଉଡ଼ ଅଭିନେତା ଙ୍କ ଶେଷ କୃତ୍ୟ ପୁରୀ ସ୍ବର୍ଗ ଦ୍ବାର ରେ ଶେଷ ହୋଇଚି। ଶହ ଶହ ଶୁଭେଛୁ ପିଣ୍ଟୁ ଙ୍କୁ ଅଶ୍ରୁଳ ବିଦାୟ ଦେଇ ଛନ୍ତି। ହଠାତ୍ ପିଣ୍ଟୁ ତାଂକ ଗହଣ ରୁ ଚାଲିଯିବା ତାଂକ ବନ୍ଧୁ ଶୁଭେଛୁ ଗ୍ରହଣ କରି ପାରୁନାହାନ୍ତି। ପିଣ୍ଟୁ ଙ୍କୁ ତାଙ୍କ ପୁଅ ଶ୍ରୀୟନ୍ସ ନନ୍ଦ ମୁଖଗ୍ନୀ ଦେଇ ଛନ୍ତି। ପୁରୀ ସ୍ବର୍ଗ ଦ୍ଵାର ରେ ପିଣ୍ଟୁ ନନ୍ଦ ଙ୍କ ମର ଶରୀର ପହଞ୍ଚିବା ପୁର୍ବରୁ ରାସ୍ତା ସାରା ତାଙ୍କର ଶୁଭେଛୁ ଶେଷ ଦର୍ଶନ କରିଥିଲେ। ସ୍ବର୍ଗ ଦ୍ଵାର ରେ ମଧ୍ଯ ଶହ ଶହ ଶୁଭେଛୁ, ପ୍ରଶଂସକ ଶେଷ ଦର୍ଶନ ପାଇଁ ଅପେକ୍ଷା ରେ ଥିଲେ। ପିଣ୍ଟୁ ଙ୍କ ମର ଶରୀର ସ୍ବର୍ଗ ଦ୍ଵାର ରେ ପହଞ୍ଚିବା ପରେ ସମସ୍ତ ଙ୍କ ଆଖି ଲୁହ ଜକେଇ ଆସିଥିଲା। ପିଣ୍ଟୁ ଙ୍କ ସହ କଳାକାର ବବି ମିଶ୍ର ବେଶ୍ ଭାବ ବିହ୍ଵଳିତ ହୋଇ ପଡ଼ିଥିଲେ। ସୁଟିଂ ସେଟ୍ ରେ ପିଣ୍ଟୁ ସବୁବେଳେ ତାଙ୍କ୍ ସହ ଝଗଡା କରିଥାନ୍ତି। ସେ ଗଲା ପରେ ତାଙ୍କ ସହ ଆଉ କିଏ ଝଗଡା ହେବ ବୋଲି ଅଭିନେତା ବବି ମିଶ୍ର କହିଛନ୍ତି। ସେପଟେ ପିଣ୍ଟୁ ଙ୍କ ମୁତ୍ୟୁ ରେ ତାଙ୍କ ବଡ଼ ଭାଈ ଅଭିରାମ ନନ୍ଦ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ଅଭିରାମ କହିଚନ୍ତି ଘର ବଡ଼ ପୁଅ ପିଣ୍ଟୁ ଥିଲେ। ସେ ସବୁ ଘର ର ଦାୟିତ୍ବ ନେଇ ଥିଲେ। ସେ କେବେବି ପିଣ୍ଟୁ କୁ ସାନ୍ ଭାଇ ଭଳି ନୁହେଁ ବଡ଼ ଭାଈ ଭଳି ଦେଖୁଥିଲେ। ସେପଟେ ପିଣ୍ଟୁ ଙ୍କ ଚିକିତ୍ସା ରେ ରାଜ୍ୟ ସରକାର ସହଯୋଗ ନ କରିବା କୁ ନେଇ ସେ କ୍ଷୋଭ ପ୍ରକାଶ କରିଥଲେ। ଓଡ଼ିଶା ସରକାର କଳା ସଂସ୍କୃତି ପ୍ରଚାର୍ ନାମରେ କୋଟି କୋଟି ଟଂକା ଖର୍ଚ କରୁଛନ୍ତି। ହକି ଖେଳ ର ପ୍ରଚାର୍ ନାମରେ ବାହାରି ଅଣଓଡ଼ିଆ କଳାକାର ଆଣି କୋଟି କୋଟି ଟଂକା ଖର୍ଚ କରୁଛନ୍ତି। ହେଲେ ଜଣେ ପ୍ରତିଭାବାନ ଓଡ଼ିଆ କଳାକାର ର ଚିକିତ୍ସା ରେ କୌଣସି ଆର୍ଥିକ ସାହାଯ୍ୟ ନ ଦେବା ଅତି ଦୁଃଖ ଦାୟକ ବୋଲି ପିଣ୍ଟୁ ଙ୍କ ବଡ ଭାଈ ଅଭିରାମ କହିଚନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com