Featuredଜାତୀୟ

ଗୁଜରାଟରେ ଘୃଣ୍ୟ ପ୍ରଥା: ୮ ବର୍ଷ ମଧ୍ୟରେ କୁନି ଝିଅକୁ ୧୫ ଜଣଙ୍କୁ ବିକ୍ରି କରାଯିବା ଚାଞ୍ଚଲ୍ୟ ଖେଳାଇ ଦେଇଛି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୋମଳମତି ଶିଶୁକନ୍ୟା ସିଏ । ବୟସ ହୋଇନି ଦୁନିଆ ବୁଝିବାର । ହସିଖେଳି ପାଠପଢ଼ି ବଢ଼ିବାର ବୟସ । କିନ୍ତୁ ତାକୁ ଗ୍ରାସିଲା ନୃଶଂସ ମଣିଷର କାଳଛାୟା । ଯୌନ ପିପାସୁ ମାନେ ତାକୁ ବର୍ଷ ପରେ ବର୍ଷ ଝୁଣି ନିର୍ଯାତନା ଦେବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ପରିସ୍ଥିତି ଏଭଳି ହୋଇଛି ଯେ ୧୫ ଜଣ ନୃଶଂସ ପୁରୁଷଙ୍କ ସ୍ତ୍ରୀ ହୋଇଛନ୍ତି ୧୩ ବର୍ଷିୟା ନାବାଳିକା ଜଣକ । ଏହି ନାବାଳିକାଙ୍କୁ ୮ ବର୍ଷ ମଧ୍ୟରେ ୧୫ ଜଣ ପୁରୁଷଙ୍କୁ ବିକ୍ରି କରାଯାଇଛି । ଯେଉଁମାନଙ୍କର ବୟସ ୩୦ରୁ ୪୫ ବର୍ଷ ମଧ୍ୟରେ ଥିଲା । ଏଭଳି ଏକ ଅମାନୁଷିକ, ଅମାନବୀୟ ଓ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ । ଗୁଜରାଟରେ ନାବାଳିକାଙ୍କୁ ଅପହରଣ ପରେ ବିକ୍ରି ଏବଂ ବାହାର ରାଜ୍ୟକୁ ଚାଲଣ କରୁଥିବା ରାକେଟର ପର୍ଦାଫାସ କରିଛି ପୁଲିସ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଶୋକ ପଟେଲ ତାର ସହଯୋଗୀ ମାନଙ୍କ ସହ ମିଶି ଏହି ର‌୍ୟାକେଟ ଚଳାଇଥିଲା । ଏହି ଗ୍ୟାଙ୍ଗ ନାବାଳିକା ମାନଙ୍କୁ ଅପହରଣ କରି ସେମାନଙ୍କୁ ବିକ୍ରି କରିବା ସହ ବାହାର ରାଜ୍ୟକୁ ମଧ୍ୟ ଚାଲାଣ କରୁଥିଲା । ଯେଉଁମାନଙ୍କ ବୟସ ୧୩ ବର୍ଷ ମଧ୍ୟରେ ଥିଲା ।  ନାବାଳିକା ପିଛା ଦୁଇରୁ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା ଏହି ଗ୍ୟାଙ୍ଗ । ତେବେ ସବୁଠୁ ସାଂଘାତିକ କଥା ହେଉଛି ଏହି ଗ୍ୟାଙ୍ଗ ଜଣେ ନାବାଳିକାକୁ ୮ ବର୍ଷ ମଧ୍ୟରେ ୧୫ ଜଣଙ୍କୁ ସ୍ତ୍ରୀ ଭାବରେ ବିକ୍ରି କରିଥିଲା । ଏହି ନାବାଳିକାଙ୍କୁ କିଣି ନେଇଥିବା ପୁରୁଷ ମାନଙ୍କ ବୟସ ୩୦ରୁ ୪୫ ବର୍ଷ ମଧ୍ୟରେ ରହିଥିଲା ।

ଏହି ଘଟଣାର ମାଷ୍ଟର ମାଇଣ୍ଡ ଅଶୋକ ପଟେଲ ସମେତ ତାର ପତ୍ନୀ ରେଣୁକା, ସେମାନଙ୍କ ୧୬ ବର୍ଷର ପୁଅ ଏବଂ ରୁପାଲ ମକୱାନ ନାମକ ୩୪ ବର୍ଷୀୟା ମହିଳାଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଆହମ୍ମଦାବାଦର ଓଡଭା ଅଞ୍ଚଳର  ବାସିନ୍ଦା । ପୁଲିସର କହିବା ଅନୁସାରେ ଅଶୋକ ପଟେଲ ଓ ତାର ସହଯୋଗୀ ମାନେ ୧୫ ଜଣ ନାବାଳିକାଙ୍କୁ ଅପହରଣ କରିନେଇଥିଲେ । ଏହି ନାବାଳିକା ମାନଙ୍କୁ ବର୍ଷ ବର୍ଷ ଧରି ଏକ ସ୍ଥାନରେ ରଖି ସେମାନଙ୍କୁ ବିକ୍ରି କରିଦେଉଥିଲେ । ଏହି ଗ୍ୟାଙ୍ଗ ଗୁଜରାଟ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିଲେ । ତେବେ ମେ ୧୧ରେ ଅହମ୍ମଦାବାଦର କାନଭା ଗାଁରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ପୁଲିସ ଟ୍ରାକିଂ କରି ଏହି ର‌୍ୟାକେଟକୁ ଠାବ କରିଥିଲା ।  ତେବେ ଏହି କାରବାରରେ ଫସିଥିବା ଅନ୍ୟ ୭ ଜଣ ନାବାଳିକାଙ୍କୁୁ ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନି ପୁଲିସ୍‍ ।

Related Articles

Back to top button
WP Twitter Auto Publish Powered By : XYZScripts.com