Featuredରାଜନୀତି

ରାଜନୀତିରେ ଏଣ୍ଟ୍ରି କଲେ ଆଉଜଣେ ଅଭିନେତ୍ରୀ, ପ୍ରଶାନ୍ତ କିଶୋରଙ୍କ ସହ ମିଶାଇଲେ ହାତ

ରିଲ୍‌ରେ ହାଇଡିମାଣ୍ଡ ଆକ୍ଟ୍ରେସ୍। ରିଅଲ୍‌ରେ କରିବେ ରାଜନୀତି। ହଁ ଆଜ୍ଞା, ଆଉଜଣେ ସୁନ୍ଦରୀ ଅଭିନେତ୍ରୀ ରାଜନୀତିରେ କରିଛନ୍ତି ଏଣ୍ଟ୍ରି। ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଅକ୍ଷରା ସିଂହ ରାଜନୀତିରେ ପାଦ ଦେଇଛନ୍ତି। ଭୋଜପୁରୀ ସୁନ୍ଦରୀ ଅକ୍ଷରା ଏଣିକି ଅଭିନୟ ଓ ଗୀତଗାଇବା ସହିତ ରାଜନୀତିରେ ବି ନିଜର ପାୱାର ଦେଖାଇବେ।
ଅକ୍ଷରା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ମୁଁ ପ୍ରଶାନ୍ତ କିଶୋରଙ୍କ ସହିତ ହାତ ମିଶାଇବି ଓ ତାଙ୍କ ପାର୍ଟି ଜନ ସୁରଜରେ ସାମିଲ ହେବି। ଯାହା ଏବେ ପୂରା କରିଛନ୍ତି। ରାଜନୀତିରେ ମାଷ୍ଟରମାଇଣ୍ଡ ତଥା ରଣନୀତିକାର କୁହାଯାଉଥିବା ପ୍ରଶାନ୍ତ କିଶୋର ଅକ୍ଷରା ସିଂହଙ୍କୁ ପାର୍ଟିର ସଦସ୍ୟ ପଦ ଦେଇଥିବା ସୂଚନା ମିଳିଛି। ପାଟନାର ପାଟଲିପୁତ୍ରସ୍ଥିତ ଜନ ସୁରଜର ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅକ୍ଷରା।

ଅକ୍ଷରାଙ୍କ ବାପା ବିପିନ ସିଂହ ଓରଫ ଇନ୍ଦ୍ରଜିତ ସିଂହ କହିଛନ୍ତି ଯେ ବାସ୍ତବରେ ଏହା ଏକ ପାର୍ଟି ନୁହେଁ, ଏକ ଅଭିଯାନ, ଯାହା ଦେଶ ଓ ବିହାର ପାଇଁ କିଛି କରିବାର ଉତ୍ସାହ ଜାଗ୍ରତ କରୁଛି। ରାଜନୀତିରେ ପ୍ରବେଶ ପାଇଁ ଝିଅ ଇଚ୍ଛା ଥିବା ଜଣାଇବାରୁ ଆମେ ସମ୍ମତି ଜଣାଇଲୁ। ଆମର ଝିଅ ପ୍ରଶାନ୍ତ କିଶୋରଙ୍କ ଅଭିଯାନରେ ସାମିଲ୍ ହୋଇଛି। ଏଥିପାଇଁ ପୂରା ପରିବାର ଝିଅକୁ ସମର୍ଥନ ଜଣାଇଛି। ଏଠାରେ କହିରଖୁଛୁ ଯେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଅକ୍ଷରାଙ୍କ ରହିଛି ପୂରା ଦବଦବା। ହାଏଷ୍ଟ ପେଡ୍‌ ଆକ୍ଟ୍ରେସ ଭାବେ ତାଙ୍କର ଡିମାଣ୍ଡ ରହିଛି। ଯାହା ସୂଚନା ମିଳୁଛି ଅକ୍ଷରା ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି। ତେବେ ଅକ୍ଷରା ସିଂହ ପ୍ରଥମ କଳାକାର ନୁହନ୍ତି ଯିଏକି ରାଜନୀତିରେ ପାଦ ଦେଇଛନ୍ତି। ନିକଟରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ପବନ ସିଂହ ବି ପଲିଟିକ୍ସରେ ଯୋଗ ଦେବାର ସ‌ଙ୍କେତ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com