ଜାତୀୟରାଜନୀତି

ଉତ୍ତର ପ୍ରଦେଶରେ ମୂଳପୋଛ ହୋଇଯିବ ‘ବିଜେପି’, ଗୈରିକ ଦଳକୁ କୃଷକମାନେ କ୍ଷମା ଦେବେନି: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ‘ବିଜେପି’ ମୂଳପୋଛ ହୋଇଯିବ ବୋଲି ଆଜି ‘ସମାଜବାଦୀ ପାର୍ଟି’ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଖିଳେଶ ଯାଦବ।

ଯଶୱନ୍ତ ନଗରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଖିଳେଶ ଯାଦବ କହିଛନ୍ତି, ‘ବିଜେପି’ ମୂଳପୋଛ ହୋଇଯିବ। ଉତ୍ତର ପ୍ରଦେଶର କୃଷକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ। ପ୍ରଥମ ୨ଟି ପର୍ଯ୍ୟାୟ ଏବଂ ଏଇ ପର୍ଯ୍ୟାୟରେ ମଧ୍ୟ ଆମେ ଶତକ ହାସଲ କରିଛୁ। ‘ସପା’ନେତୃତ୍ବାଧୀନ ମେଣ୍ଟ ସମସ୍ତଙ୍କ ଠାରୁ ଅଗ୍ରଣୀ ରହିବେ।

ସୂଚନାଯୋଗ୍ୟ, ଅଖିଳେଶ ହେଉଛନ୍ତି ଏଟାୱା ଜିଲ୍ଲା ଅନ୍ତର୍ଗତ ଯଶୱନ୍ତ ନଗରର ପଞ୍ଜିକୃତ ଭୋଟ୍‌ଦାତା। ସେଠାରେ ତାଙ୍କ ଦାଦି ଶିବପାଲ୍‌ ଯାଦବ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ‌ଭୋଟ୍‌ ଦେବା ପାଇଁ ଅଖିଳେଶ ସେଠାକୁ ଯାଇଥିଲେ।

Image Courtesy of NDTV

ପୂର୍ବରୁ ତାଙ୍କ ଦାଦି ଶିବପାଲ୍‌ ଯାଦବ ମଧ୍ୟ କହିଥିଲେ ଯେ, ବହୁଳ ସଂଖ୍ୟା ଗରିଷ୍ଠତା ସହ ତାଙ୍କ ଦଳ ନିଶ୍ଚୟ ଉତ୍ତର ପ୍ରଦେଶ ନିର୍ବାଚନ ଜିଣିବ। ରହସ୍ୟ କରି ସେ କହିଥିଲେ ଯେ, ପ୍ରକୃତ ପ୍ରତିଦ୍ବନ୍ଦ୍ବିତା ହେବ ପୁତୁରା ଓ ତାଙ୍କ (ଶିବପାଲ୍‌) ମଧ୍ୟରେ। କିଏ ସର୍ବାଧିକ ଭୋଟ୍‌ ପାଇ ବିଜୟୀ ହେବ, ଜାଣିବା ପାଇଁ ଆମ ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗିଛି।

ସୈଫାଇରେ ଭୋଟ୍‌ ଦେଇ ସାରିବା ପରେ ଶିବପାଲ୍‌ କହିଛନ୍ତି, କ୍ରମାଗତ ଭାବେ ବିପୁଳ ସଂଖ୍ୟାରେ ସେ ୫ ଥର ଯଶୱନ୍ତ ନଗର ଆସନରୁ ବିଜୟୀ ହୋଇଛନ୍ତି।। କିନ୍ତୁ, ଏଥର ପୁତୁରା ଅଖିଳେଶଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହେଉଛି। ଦେଖାଯାଉ କିଏ ଅଧିକ ସଂଖ୍ୟକ ଭୋଟ୍‌ ପାଇ ବଜୟୀ ହେଉଛି।

ସୂଚନାଯୋଗ୍ୟ, ଅଖିଳେଶ ଦାଦି ଶିବପାଲଙ୍କ ନିର୍ବାଚନ ମଣ୍ଡଳୀ ପାଖ କର୍‌ହାଲ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନିଜ ନିଜ ଆସନରୁ ବିପୁଳ ସଂଖ୍ୟାରେ ବିଜୟୀ ହେବେ ବୋଲି ଉଭୟ ଆଶା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com