ଜାତୀୟ

ବଦଳିଲା ଅଟଳ ପେନସନ୍‌ ଯୋଜନା ନିୟମ

ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପେନସନ୍ ସୁବିଧା ଲାଗି ଦେଶରେ ଆରମ୍ଭ କରାଯାଇଥିବା ଅଟଳ ପେନସନ୍ ଯୋଜନା (ଏପିୱାଇ)ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ ଅନୁସାରେ ୧ ଅକ୍ଟୋବର ୨୦୨୨ ପରେ ଏହି ଯୋଜନାରେ ଏପରି ଲୋକେ ନିବେଶ କରିପାରିବେନି ଯିଏ ଆୟକର ପୈଠ କରୁଛନ୍ତି। ଏ ନେଇ ସରକାର ନୋଟିଫିକେସନ ଜାରି କରିଛନ୍ତି।

ଦେଶରେ ଏପିୱାଇ ୨୦୧୫-୧୬ ମସିହାରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଖାସ ଏପରି ଲୋକଙ୍କ ଲାଗି ଆରମ୍ଭ କରାଯାଇଥିଲା ଯେଉଁମାନେ ଅନ୍ୟ ସରକାର ପେନସନ ଯୋଜନାର ଲାଭରୁ ବଞ୍ଚିତ। ମାତ୍ର ୬ ବର୍ଷରେ ୪ କୋଟି ଲୋକେ ନିଜକୁ ଏହି ଯୋଜନା ଅନ୍ତର୍ଗତ କରିଛନ୍ତି। ୨୦୨୧ ମସିହାରେ ୯୯ ଲକ୍ଷ ଲୋକେ ନିଜକୁ ଯୋଜନାରେ ସାମିଲ କରିଛନ୍ତି। ପେନସନଫଣ୍ଡ ରଗ୍ୟୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟିଙ୍କ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଏହି ଯୋଜନାରେ ୪.୦୧ କୋଟି ଲୋକେ ନିବେଶ କରୁଥିବେ। ଅର୍ଥମନ୍ତ୍ରାଳୟଙ୍କ ଅନ୍ତର୍ଗତ ବିତ୍ତିୟ ସେବା ବିଭାଗ ଦ୍ୱାରା ଜାରି ନୋଟିଫିକେସନରେ ଯେଉଁମାନେ ଆୟକର ପୈଠ କରୁଛନ୍ତି ସେମାନେ ଅଟଳ ପେନସନ ସ୍କିମ୍‌ ଲାଗି ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ୧ ଅକ୍ଟୋବର ବା ଏହା ପରେ ଯଦି କେହି ଆୟକର ଦାତା ଏହି ଯୋଜନାରେ ଆକାଉଣ୍ଟ ଖୋଲିବେ ତାଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ ଓ ଖାତାରେ ଜମା ଅର୍ଥ ସବସ୍କ୍ରାଇବରଙ୍କୁ ଫେରାଇ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com