ଜାତୀୟମନୋରଞ୍ଜନ

ଦିଶା ସଲିୟାନ ମାମଲା: କେନ୍ଦ୍ର ମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଏଫ୍‌ଆଇଆର୍‌

ମୁମ୍ବାଇ() ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟାନ ମୃତ୍ୟୁ ମାମଲାରେ ଫଶିଲେ କେନ୍ଦ୍ର ମନ୍ତ୍ରୀ ଓ ତାଙ୍କ ପୁଅ। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଓ ତାଙ୍କ ପୁଅ ବା ବିଜେପି ବିଧାୟକ ନୀତିଶ ରାଣେଙ୍କ ବିରୋଧରେ ରୁଜୁ ହୋଇଛି ଏଫ୍‌ଆଇଆର୍‌। ମହିଳା ଆୟୋଗଙ୍କ ରିପୋର୍ଟ ଦାଖଲ ପରେ ମୁମ୍ବାଇ ସ୍ଥିତ ମାଲବାନି ପୁଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି ଏବଂ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସୂଚନା ମୁତାବକ, ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନାରାୟଣ ରାଣେ ଦିଶା ସଲିୟାନଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗକୁ ଦୋହରାଇଥିଲେ। ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରୂପାଲୀ ଚକଣକର କହିଛନ୍ତି ଯେ, ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କୁ ବଳାତ୍କାର କରାଯାଇ ନାହିଁ ଏବଂ ସେ ଗର୍ଭବତୀ ମଧ୍ୟ ନଥିଲେ।

Mumbai Mayor urges action against Narayan Rane for 'character assassination of Disha Salian'

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଦିଶା ସଲିୟାନଙ୍କ ବାପା ମା ମଧ୍ୟ ଦିଶାଙ୍କ ମୃତ୍ୟୁକୁ ନେଇ କରାଯାଉଥିବା ହୀନ ରାଜନୀତି ଏବଂ ବଦନାମକୁ ନେଇ ମୁହଁ ଖୋଲିଥିଲେ। ଯଦି ଝିଅର ମୃତ୍ୟୁକୁ ନେଇ ରାଜନୀତି ବନ୍ଦ ନକରାଯାଏ ତେବେ ସେମାନେ ଆତ୍ମହତ୍ୟା କରିବେ ଓ ଏଥିପାଇଁ ରାଜନେତାମାନେ ଦାୟୀ ହେବେ ବୋଲି ଧମକ ଦେଇଥିଲେ।

ଅତ୍ୟଧିକ କାମ ଚାପ ଓ ଡିପ୍ରେସନ ଯୋଗୁଁ ସହିନପାରି ଦିଶା ଆତ୍ମହତ୍ୟା କରିଥିବା ତାଙ୍କ ବାପା-ମା’ କହିଥିଲେ। ଦିଶାଙ୍କ ମୃତ୍ୟୁ ପରେ ତାଙ୍କ ଝିଅକୁ ରାଜନୈତିକ ନେତାଙ୍କ ଦ୍ୱାରା ବଦନାମ ନକରିବା ପାଇଁ ଦିଶାଙ୍କ ମା’ କମିଶନଙ୍କୁ ଏକ ଚିଠି ଲେଖି ଜଣାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com