ଓଡ଼ିଶାରାଜନୀତି

୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ,ଭୋଟରଙ୍କ ପାଇଁ ଥଣ୍ଡା ପାନୀୟ ବ୍ୟବସ୍ଥା ।  

ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ । ତିନି ଦଳର ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ  ମତଦାତା । ଏନେଇ ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ମେ ୧୦ରେ ହେବ କଡ଼ା ଟକ୍କର । ତେବେ ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ  ସବୁ ବୁଥ୍‌ରେ ହେବ ୱେବ୍ କାଷ୍ଟିଂ । ଜିଲ୍ଲାପାଳ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସିଧାସଳଖ ମତଦାନ କେନ୍ଦ୍ର ଦେଖିପାରିବେ । ମୋଟ ୨୫୩ ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର । ଏହି କ୍ରମରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାତାଙ୍କ ପାଇଁ  ପ୍ରତିକ୍ଷାଳୟ, ଥଣ୍ଡା ପାଣି , ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପକ୍ଷେ ମତ ଦାତାଙ୍କ ପାଇଁ ୨୬ଟି ପିଙ୍କ ବୁଥ୍ ଏବଂ ୪୦ ଟି ମଡ଼େଲ ବୁଥ୍ କରାଯାଇଛି । ପିଙ୍କ୍ ବୁଥ୍ ପରିଚାଳନା ଦାର‌୍ୟିତ୍ୱ ମହିଳାଙ୍କୁ ଦିଆଯାଇଥିବା ବେଳେ ବୟସ୍କ ତଥା ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥର ପ୍ରଥମଥର ପାଇଁ ୩୩୦ ବରିଷ୍ଠ ନାଗରିକ ଘରୁ ଭୋଟ୍ ଦେବେ । ସେପଟେ ବଢୁଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଥ୍‌ରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି । ସେପଟେ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରଂଣ କରାଯାଇଛି । ସ୍ଥିତି ସମୀଡକ୍ଷା କରିଛନ୍ତି ପୋଲିସ୍ ଡ଼ିଜି ସୁନୀଲ୍ କୁମାର ବଂଶଲ । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ଜାବତ, ବେଆଇନ ମଦ କାରବାର ରୋକିବା, ଏନବିଡବ୍ଲୁ କାର‌୍ୟ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଷ୍ଟ୍ରଙ୍ଗ ରୁମଗୁଡିକୁ କଡ଼ା ନିରାପତ୍ତାରେ ରଖାଯାଇଥିବା ବେଳେ ସିସିଟିଭି ବଳୟରେ ସେଗୁଡିକୁ ରଖାଯାଇଥିବା କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com