Breaking NewsFeaturedରାଜନୀତି

୧୬ ବିଧାୟକଙ୍କ ଆଜି ଭାଗ୍ୟ ପରୀକ୍ଷା, ଧକଧକ ଏକନାଥ ସିନ୍ଦେଙ୍କ ଛାତି

ମହାରାଷ୍ଟ୍ର ରାଜନୀତିରେ ପୁଣି ମହାନାଟକ । ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ । ଭାଙ୍ଗିଯାଇପାରେ ସିନ୍ଦେଙ୍କ ସରକାର । ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ବିଧାନସଭାର ୧୬ ଅଯୋଗ୍ୟ ବିଧାୟକଙ୍କ ହେବ ଭାଗ୍ୟ ନିର୍ଣ୍ଣୟ । ୨୦୨୨ ଜୁନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ହୋଇଥିବା ବିବାଦ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ମାମଲା ଏତେ ଜଟିଳ ହୋଇଥିଲା ଯେ, ବିଭିନ୍ନ ପ୍ରସଙ୍ଗକୁ ନେଇ କଥା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସଂଖ୍ୟା ଗରିଷ୍ଠତାରେ ଉଦ୍ଧବ ହାରିବାପରେ ଏକନାଥ ହୋଇଥିଲେ ନୂଆ ମୁଖ୍ୟମନ୍ତ୍ରୀ । ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେବା ସହ ନୂଆ ବାଚସ୍ପତି ହେଲେ ରାହୁଲ ନର୍ଭକର । ତେବେ ଏତିକିରେ କଥା ଅଟକିନଥିଲା । ଦଳୀୟ ଚିହ୍ନ କାହା ପାଖରେ ରହିବ, ଦଶହରାରେ କାହା ରାଲି ଯିବ ଆଦି ଏକାଧିକ ମାମଲା ଯାଇଥିଲା କୋର୍ଟକୁ ।

ତେବେ କିଛିଦିନର ବ୍ୟବଧାନ ପରେ ଆଜି ପୁଣିଥରେ ଚର୍ଚ୍ଚାକୁ ଆସିଛି ମହାରାଷ୍ଟ୍ର ରାଜନୀତି । ଏବେ ସିଏମ୍ ଏକନାଥ ସିନ୍ଦେଙ୍କ ସମେତ ୧୬ ଟି ଶିବସେନା ବିଧାୟକଙ୍କ ବିରୋଧରେ ଡିଫେନ୍ସ ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟତା ଉପରେ ତାଙ୍କ ରାୟ ପ୍ରଦାନ କରାଯିବ । ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏହି ମାମଲାରେ ଆଗରୁ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛନ୍ତି । ସେପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଶିବସେନା-ବିଜେପି-ଏନସିପି ମିଳିତ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମ ସରକାର ସ୍ଥିର ରହିବ । ତେବେ ଆଜି ଅଯୋଗ୍ୟ ଘୋଷିତ ୧୬ ବିଧାୟକଙ୍କ ଭାଗ୍ୟ କେଉଁଆଡେ ଯାଉଛି ଏବଂ କିପରି ନିଷ୍ପତ୍ତି ନିଆଯାଉଛି ତାହା ଦେଖିବାକୁ ସାରା ଦେଶ ଅପେକ୍ଷା କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com