Featuredଓଡ଼ିଶାଜୀବନଶୈଳୀ

ବାଉଁଶକୁ ଭରସା କରି ଜୀବନ ଜୀବିକା ସମ୍ଭାଳୁଛନ୍ତି ସରୋଜିନୀ, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବାଉଁଶରେ ନିଖୁଣ କାରିଗରୀ । ରୋଜଗାରର ପନ୍ଥା ଯୋଗାଉଛି ବାଉଁଶ । ଫୁଲ ଝାଡୁ ଠାରୁ ଆରମ୍ଭ କରି ଫୁଲଦାନୀ ପର୍ଯ୍ୟନ୍ତ ସବୁ କିଛି ବାଉଁଶରେ ତିଆରି ହୋଇଛି । ଏମିତିକି ଘରକରଣା ଜିନିଷ ଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ସବୁଥିରେ ଅପୂର୍ବ କାରୁକାର୍ଯ୍ୟ । ଏହି କାରିଗର ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମ୍ମୁଝାଡିର ସରୋଜିନୀ ଦାସ । ନିଜେ ବାଉଁଶରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ତିଆରି କରିବା ସହ ଗାଁର ୨୦ରୁ ୨୫ ଜଣ ଣହିଳାଙ୍କୁ ପ୍ରଶିକ୍ଷଣ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଦୀର୍ଘ ୨୫ ବର୍ଷ ଧରି ସରୋଜିନୀ ଏହି ବୃତ୍ତିକୁ ନିଜର ବ୍ରତ ବୋଲି ଗ୍ରହଣ କରିନେଇଛନ୍ତି । ସେ ହ୍ୟାଣ୍ଡକ୍ରାଫ୍ଟ କର୍ଟେଜ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ବେତ ଓ ବାଉଁଶରୁ ବିଭିନ୍ନ ଉପକରଣ ତିଆରି କରିବାର ଶିକ୍ଷା ଲାଭ କରିଥିଲେ । ଏହା ସହ ତ୍ରିପୁରାରୁ ଏହାର ଆଡଭାନ୍ସ କୋର୍ସ କରିଥିଲେ । ଏହା ପରେ ସେ ଗାଁକୁ ଫେରିଥିଲେ । ନିଜର ବିଚକ୍ଷଣ ପ୍ରତିଭା ପାଇଁ ମାଟିରେ ମିଶୁଥିବା ଉପାଦାନକୁ ନେଇ ସେ ଏକ ଅନନ୍ୟ ଶିଳ୍ପୀର ପରିଚୟ ଦେଇଛନ୍ତି । ବାଉଁଶକୁ ସେ କଂଚା ମାଲ ଭାବେ ମୟୂରଭଞ୍ଜ, ଦିଘା ଏବଂ ନିଜ ଅଂଚଳରୁ ସଂଗ୍ରହ କରନ୍ତି । ଏହାପରେ ତାକୁ ସିଝେଇ ବିଭିନ୍ନ ଆକାରରେ କାଟି ସେଥିରୁ ତିଆରି କରୁଛନ୍ତି ନାନା ପ୍ରକାରର ସାମଗ୍ରୀ । ଚେୟାର, ଡଷ୍ଟବିନ, ପେନ ଷ୍ଟାଣ୍ଡ, ଫୁଲଦାନୀ, ମୟୂର, ଘର, ଗଣେଶ, ଚୁଡି ହାର, କାନଫୁଲ ଏବଂ ଜଗନ୍ନାଥ ଆଦି ତିଆରି କରନ୍ତି । ଏହାକୁ ବିଭିନ୍ନ ମେଳା ମହୋତ୍ସବରେ ପ୍ରଦର୍ଶନ କରନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ପୁରସ୍କୃତ ମଧ୍ୟ କରାଯାଇଛି । ବର୍ତ୍ତମାନ ୫-ଟି ସ୍କୁଲ ଗୁଡିକରେ ଡଷ୍ଟବିନ ତିଆରି ପାଇଁ ତାଙ୍କୁ କାମ ମିଳିଥିବାରୁ ଏସବୁ ତିଆରି ପାଇଁ ଜୋରସୋରରେ ଲାଗି ପଡିଛନ୍ତି ତାଙ୍କ ଟିମ୍‍ । ସେହିପରି ବାଉଁଶରେ ତିଆରି ଜିନିଷର ପାରିଶ୍ରମିକ ମୂଲ୍ୟ ଠିକ ଭାବେ ମିଳୁନଥିବା ବେଳେ କାରିଗର ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିବା ମହିଳାଙ୍କୁ କାରିଗରୀ ଭତ୍ତା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ସରୋଜିନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com