ଓଡ଼ିଶା

ହଇଜା ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଇଛନ୍ତି, ସର୍ବ ଦଳୀୟ କମିଟି ଜରିଆରେ ଅନୁଧ୍ୟାନ ପାଇଁ ଦାବି

ରାୟଗଡ଼ାରେ ବ୍ୟାପିଥିବା ଝାଡ଼ରାବାନ୍ତି ରୋଗ ପଛରେ ପାରିପାଶ୍ୱିର୍କ ପରିସ୍ଥିତି ବଦଳରେ ଉତ୍କଳ ଆଲୁମିନା ମୁଖ୍ୟତଃ ଦାୟୀ । ଏହି କାରଖାନା ନିଜର ଦୂଷିତ ଜଳ ବିଷୋଧନ ନକରି ଛାଡ଼ୁଥିବାରୁ ରୋଗ ଅଣାୟତ ହୋଇଛି । ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ନାହିଁ ନଥିବା ପରିସ୍ଥିତି ଉପୂଜିଛି । ବିରୋଧୀ ବିଜେପି ଏବଂ କଂଗ୍ରେସ ବିଧାୟକମାନେ ଏନେଇ ସରକାରଙ୍କୁ ଘେରିବା ସହ  ବିଧାନ ସଭାର ସର୍ବଦଳୀୟ ଟିମ୍ ଗଠନ କରି ପରିସ୍ଥିତି ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି । ଆଜି ଗୃହର ଶୂନ୍ୟ କାଳରେ କାଶିପୁରରେ ହଇଜା ବ୍ୟାପିବା ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଏଭଳି କି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆରୋପ ଉଠାଇ ସରକାର ପ୍ରକୃତ ମୃତ୍ୟୁ ପ୍ରସଙ୍ଗ ଉପରେ ମିଥ୍ୟ ତଥ୍ୟ ଦେଇଥିବା ଦୋଷାରୋପ  କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୪ ଜଣ ହଇଜାରେ ମରିଥିଲେ ବି କାହିଁକି ୫ ଜଣଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି , ଏନେଇ ସମସ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ଅନୁରୂପ ଅଭିଯୋଗ ଆଣି  ଘଟଣାର ବାସ୍ତବ ଅନୁଧ୍ୟାନ ପାଇଁ ବାଚଷ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ କରିବାକୁ ଦାବି ରଖିଛନ୍ତି । ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗୁରୁତ୍ୱାରୋପ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com