ଓଡ଼ିଶା

କିପରି ହେବ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ? ପ୍ରଶାସନ ପକ୍ଷରୁ ମକଡ୍ରିଲ୍‌

ଚଣ୍ଡିଖୋଲ :  ବାତ୍ୟା ଓ ବନ୍ୟା ହେଲେ କିଭଳି ସଫଳ ମୁକାବିଲା କରିହେବ । ସେଥିପାଇଁ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ମକଡ୍ରିଲ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ବ୍ଲକ ପ୍ରଶାସନ ଓ ଦର୍ପଣ ତହସିଲଦାରଙ୍କ ଉପସ୍ଥିତିରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ମକଡ୍ରିଲ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଆସିଲେ କିଭଳି ସାମ୍ନା କରିବେ । ସେଥିପାଇଁ ଲୋକଙ୍କୁ ସଚେତନ କରାଯାଇଛି ।

ସେହିପରି ବାତ୍ୟା କିମ୍ବା ବନ୍ୟା ଆସିଲେ ଲୋକମାନଙ୍କୁ କେଉଁଭଳି ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇପାରିବ । କେଉଁଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ପାରିବ । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିହେବ  । ସେଥିପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ କରାଯାଇଛି । ଏହାସହିତ ଗ୍ୟାସ  ନିଆଁକୁ କିପରି ଆୟତ୍ତ କରିହେବ ଏବଂ  ଉଚ୍ଚ ଅଟାଳିକାରୁ ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିହେବ  । ସେଥିପାଇଁ ମଧ୍ୟ ମକଡ୍ରିଲ କରାଯାଇଛି । ବଡ଼ଚଣା ବ୍ଲକର ୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନ ପକ୍ଷରୁ ମକଡ୍ରିଲ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com