ଓଡ଼ିଶା

ବଡ ଭାଇ ଓ ଭଉଣୀଙ୍କୁ ନେଇ ଶ୍ରୀମନ୍ଦିର ବାହୁଡିଲେ ପ୍ରଭୁ

ପୁରୀ , ୦୯/୦୭/୨୦୨୨- ମାଉସୀ ଘରେ ଲୀଳା ଖେଳା ସାରି ପ୍ରଭୁ ବାହୁଡିଛନ୍ତି ଶ୍ରୀମନ୍ଦିରକୁ । ଶନିବାର ଏନେଇ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ଜନ୍ମବେଦୀରେ ରହଣୀବେଳେ ପ୍ରଭୁଙ୍କୁ ଲକ୍ଷାଧିକ ଭକ୍ତ ଦର୍ଶନ କରି କୋଟି ଜନ୍ମର ପାପ ଧୋଇଛନ୍ତି । ବାହୁଡା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ବଡଦାଣ୍ଡ । ଲକ୍ଷାଧିକ ଭକ୍ତଙ୍କ ଗହଣରେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ଫେରିଛନ୍ତି ଶ୍ରୀମନ୍ଦିରକୁ । ବାହୁଡା ପାଇଁ ସମସ୍ତ ନୀତିକାନ୍ତିକୁ ସହଳ ସାରି ଦିଆଯାଇଥିଲା । ପରେ ଘଣ୍ଟ, କାହାଳି ହୁଳାହୁଳି ଓ ହରିବୋଲ ସଂକୀର୍ତ୍ତନ ମଧ୍ୟରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ରଥାରୁଢ କରାଯାଇଥିଲା । ପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଲାଗି ପରେ ଛେରା ପହଁରା କରାଯାଇ ଚାରମାଳ ଫିଟାଯାଇଥିଲା । ପରେ ପରେ ଲକ୍ଷାଧିକ ଭକ୍ତ ତିନି ରଥକୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com