ଓଡ଼ିଶା

ଏନଏସି ବୈଠକରେ ହିତାଧିକାରୀଙ୍କୁ ମିଳିଲା ଆବାସ ଗୃହ, ଉପକୃତ ହେବେ ବାସହୀନ

ଆଠଗଡ଼: ଆଠଗଡ଼ ଏନ୍.ଏ.ସିର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ପ୍ରଥମ ବୈଠକ ଏନ୍.ଏ.ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ଆଠଗଡ଼ ୧୮ ଗୋଟି ୱାଡ଼ର୍ ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷା ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ଆଠଗଡ଼ ଏନଏସିରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ଆଉ ଯାହା ବକି ରହିଯାଇଛି ତା ଉପରେ ଆଲୋଚନା କରାଯାଇଥିଲା । ପାରି ଶେଷରେ ନିବର୍ଚନ ପୂର୍ବରୁ ପ୍ରତିଶ୍ରୁତି ଦେଇ ଥିବା ହିତାଅଧିକାରୀ ମାନକୁ ଆବାସ ଗୃହ ବଣ୍ଟନ କରାଯାଇଥିଲା ।

ଆଠଗଡ ବିଜ୍ଞାପିତ ଅଞ୍ଚଳରେ ୪୨୩ ଜଣ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ କରାଗଲା । ଏହି ଯୋଜନାଦ୍ଵାରା ବାସହୀନ ପରିବାର ମୁଣ୍ଡ ଉପରେ ଛାତଟିଏ ପାଇପାରିବେ ଏବଂ ସେମାନଙ୍କ ଜୀବନଶୈଳୀରେ ନିଶ୍ଚିତ ଭାବେ ଉନ୍ନତି ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

Related Articles

Back to top button
WP Twitter Auto Publish Powered By : XYZScripts.com