ଓଡ଼ିଶା

ହିଟ୍ ଓ୍ବେଭ୍ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଦିନ ୧୧ଟାରୁ ଦିନ ୩ଟା ମଧ୍ୟରେ ଯାତାୟାତରୁ ନିବୃତ ରହିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟର ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୮ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି । ଏହି ଜିଲ୍ଲାଗୁଡିକରେ ଦିନ ୧୧ଟାରୁ ଦିନ ୩ ଟା ମଧ୍ୟରେ ଯଥାସମ୍ଭବ ଯାତାୟାତରୁ ନିବୃତ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି ।

ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨-୩ ଦିନ ରହିବ ।

ସେପଟେ ଉପକୂଳ ଓଡ଼ିଶାରେ ଦିନ ତମାମ ୬୦% ରୁ ଅଧିକ ଆଦ୍ରତା ତଥା ବାୟୁମଣ୍ଡଳର ୨ କି.ମି. ଉପରେ ଉତ୍ତର-ପଶ୍ଚିମ ଦିଗରୁ ରହୁଥିବା ଶୁଷ୍କ ବାୟୁର ପ୍ରାଧାନ୍ୟ ଯୋଗୁଁ ଉଚ୍ଚ ଆଦ୍ରତା ସତ୍ତ୍ବେ ଗତ ୭-୮ ଦିନ ଧରି ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ଯୋଗୁଁ କାଳବୈଶାଖୀ ବର୍ଷାର ପରିମାଣ କମିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com