Breaking NewsFeaturedଓଡ଼ିଶା

ଅମଲାମାନେ ସମୂହ ଛୁଟିରେ, ବାଧା ଉପୁଜିଲା ଅଫିସ୍ କାମରେ

ମୁଖ୍ୟ ଶାସନ ସଚିବଙ୍କ ସହ ହେଲା ଆଲୋଚନା, ବାହାରିନି ସମାଧାନର ବାଟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଦାବି ଶୁଣିଲେନି ସରକାର । ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୂହିକ ଛୁଟିରେ ରହିଲେ ଜିଲ୍ଲା ସ୍ତରର ଅମଲାମାନେ । ଫଳରେ ଜିଲ୍ଲା ଓ ବ୍ଲକ ସ୍ତରରେ ସରକାରୀ କାର୍ଯ୍ୟ ଗୁଡିକ ଅଚଳ ହୋଇଯାଇଛି । ବିଭିନ୍ନ ଜରୁରୀ କାମରେ ଯାଇଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅମଲାମାନେ କାର୍ଯ୍ୟ ବନ୍ଦ କରିଥିବା ବେଳେ ଏନେଇ ଆଜି ଅନଃମନ୍ତ୍ରୀସ୍ତରୀୟ ବୈଠକ ବସିବ । ତେବେ ଅମଲା ମାନଙ୍କର ମୁଖ୍ୟ ଦାବି ରହିଛି । ଷଷ୍ଠ ବେତନ କମିସନ ଆଧାରରେ ଗ୍ରେଡ ପେ ୧୯ ଶହ ଟଙ୍କାରୁ ୪୨ଶହ ଟଙ୍କାକୁ ବୃଦ୍ଧି କରାଯାଉ । ସେମାନଙ୍କ ଅଭିଯୋଗ ହେଲା ଯେ ଅମଲାଙ୍କ ବେତନରେ ବ୍ୟାପକ ଅସଙ୍ଗତି ରହିଛି । ୨୦୧୭ରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପୁ୍ୟଟର ଜ୍ଞାନ ରହିଥିଲେ ମଧ୍ୟ ବେତନରେ ଅଭିବୃଦ୍ଧି ହୋଇନାହିଁ । ଏହି ଅମଲାମାନେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ସଫଳ ରୂପାୟନ କରୁଛନ୍ତି କିନ୍ତୁ ଶ୍ରେୟ ସରକାର ନେଉଥିବା ଅଭିଯୋଗ କରିଛନ୍ତି । ଯାହାଫଳରେ ଅମଲାମାନେ ଅବହେଳା ଓ ପ୍ରତାରଣାର ଶିକାର ହେଉଛନ୍ତି । ଗତ ଏପ୍ରି ୨୧ରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ ପ୍ରତ୍ୟକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ କୌଣସି ପଦକ୍ଷେପ ନ ନିଆଜିବାରୁ ମେ ୧ରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଦାବି ପୂରଣ ନହେବାରୁ ଗତ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅମଲାମାନେ କଳା ବ୍ୟାଜ ପିନ୍ଧି କାମ କରିଥିଲେ । ସେହିପରି ଦାବି ପୂରଣ ନହେଲେ ଜୁନ ୧ରୁ ସମୂହ ଛୁଟିରେ ଜିବେ ବୋଲି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ହେଲେ ସେମାନଙ୍କ ସହ ସରକାର ଆଲୋଚନା ନକରିବାରୁ ସମୂହ ଛୁଟିରେ ଅଛନ୍ତି ଅମଲା ମାନେ । ଅମଲାମାନଙ୍କ ଦାବି ଉପରେ ଆଲୋଚନା ପାଇଁ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି । ବୈଠକ ପରେ ଅମଲାମାନଙ୍କ ପ୍ରତି କି ନିଷ୍କର୍ଶ ବାହାରିବ ତାହା ଜଣାପଡିବ ।

ସେପଟେ ମୁଖ୍ୟ ଶାସନ ସଚିବଙ୍କ ସହ ଅମଲା ସଂଘର ଆଲୋଚନା ସରିଥିଲେ ମଧ୍ୟ ମୌଖିକ ପ୍ରତିଶୃତି ମିଳିଛି। ତେବେ ଲିଖିତ ପ୍ରତିଶୃତି ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଅମଲାମାନେ ଚେତାବନୀ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com