Featuredଅନ୍ତର୍ଜାତୀୟଜାତୀୟ

ଟ୍ୱିଟର କିଣିବାକୁ ପୁଣି ମନ ବଳାଇଲେ ଏଲନ ମସ୍କ

ଦୁନିଆର ସବୁଠାରୁ ଧନଶାଳୀ ବ୍ୟକ୍ତି ତଥା ଟେସଲା ଓ ସ୍ପେଶଏକ୍ସ କମ୍ପାନୀର ମାଲିକ ଏଲନ୍ ମସ୍କ ପୁଣିଥରେ ଟ୍ୱିଟର କିଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ମସ୍କ ଏବେ ଟ୍ୱିଟରକୁ ଶେଆର ପିଛା ୫୪ ଦଶମିକ ୨୦ ଡଲାର ମୂଳ ଦରରେ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । ଆଇନଗତ ଲଢ଼େଇରୁ ବଞ୍ଚିବା ପାଇଁ ମସ୍କ ଏଭଳି ନିଷ୍ପତ୍ତି ନେଇଥିବା ରିପୋର୍ଟରେ ଜଣାପଡ଼ିଛି । ଆମେରିକା କୋର୍ଟ ଅକ୍ଟୋବର ୧୭ ତାରିଖରେ ଏହି ମାମଲାର ଶୁଣାଣି କରିବ । ମସ୍କ ସୋମବାର ଟ୍ୱିଟରକୁ ଏକ ଚିଠି ପଠାଇଛନ୍ତି । ସାନ୍ ଫ୍ରାନ୍ସିସ୍କୋସ୍ଥିତ ଟ୍ୱିଟର ଇଙ୍କ ମଧ୍ୟ ଚିଠି ପାଇଥିବା ସୂଚନା ମିଳିଛି । ଟ୍ୱିଟର ଆହୁରି କହିଛି ଯେ ମସ୍କ ଏହି ଚୁକ୍ତିକୁ ଶେଆର ପିଛା ୫୪ ଦଶମିକ ୨୦ ଡଲାରରେ ଫାଇନାଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ନ୍ୟୁୟର୍କରେ ଟ୍ୱିଟରର ଶେୟାର ୨୨ ପ୍ରତିଶତ ବୃଦ୍ଧି ପାଇ ୫୨ ଡଲାରରେ ବନ୍ଦ ହେବା ପରେ ପ୍ରି-ମାର୍କେଟିଂ ଟ୍ରେଡିଂରେ ଶୂନ ଦଶମିକ ୬ ପ୍ରତିଶତ ହ୍ରାସ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com