Featuredଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଆଇପିଏଲରେ ଆଉ କୀର୍ତ୍ତିମାନ ଅପେକ୍ଷାରେ ବିରାଟ କୋହଲି

ଯେକୌଣସି ମ୍ୟାଚ୍‌ରେ ଭାଙ୍ଗିପାରନ୍ତି କ୍ରିସ୍ ଗେଲ୍‌ଙ୍କ ରେକର୍ଡ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିରାଟ କୋହଲିଙ୍କ ଫ୍ୟାନମାନଙ୍କ ପାଇଁ ଅସିଛି ଏକ ବଡ ଖବର । ଯେକୌଣସି ମ୍ୟାଚରେ ସେ କାଟି ପାରନ୍ତି କ୍ରିସ ଗେଲଙ୍କ ରେକର୍ଡ । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କୋହଲି ଶତକ ହାସଲ କରିବାପରେ ଗେଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ପ୍ରଥମ ଦାବିଦାର ହୋଇଛନ୍ତି । ଆଇପିଏଲ ଇତିହାସରେ ସବୁଠୁ ଅଧିକ ସେଞ୍ଚୁରୀ କରିବା ରେକର୍ଡ ଏପର୍ଯ୍ୟନ୍ତ ଗେଲଙ୍କ ନାମରେ ରହିଛି । ସେ ସମୁଦାୟ ୬ଟି ଶତକ କରିଛନ୍ତି । ମାତ୍ର କୋହଲି ହାଇଦ୍ରାବାଦ ବିପକ୍ଷରେ ୬୩ ବଲରୁ ୧୦୦ ରନ କରି ଗେଲ୍‌ଙ୍କ ସମକକ୍ଷ ହୋଇଛନ୍ତି । ସେହିପରି ବିରାଟଙ୍କ ଶତକୀୟ ଇନିଂସ ଯୋଗୁ ଆରିସିବି ୮ ୱିକେଟରେ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ତେବେ ଚଳିତ ଆଇପିଏଲରେ ଏହା ତାଙ୍କର ପ୍ରଥମ ସେଞ୍ଚୁରୀ ଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୯ ପରେ ଆଇପିଏଲରେ ବିରାଟଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଛି । ତେବେ ଗତକାଲିର ଶତକ ରେକର୍ଡ ପରେ ଏକ ବଡ଼ କଥା କହିଛନ୍ତି କୋହଲି । ବାହାରେ ବସି ତାଙ୍କ ବିଷୟରେ କିଏ କ’ଣ କହୁଛନ୍ତି, ସେସବୁକୁ ସେ ଖାତିର କରନ୍ତି ନାହିଁ । ସେହିଭଳି ମୁଁ କେବେ ହେଲେ ଅତୀତର ନମ୍ବରକୁ ଦେଖେନାହିଁ । ଏଇଟା ମୋ ଆଇପିଏଲ କ୍ୟାରିୟରର ୬ଷ୍ଠ ଶତକ। ମୁଁ ନିଜକୁ ଶ୍ରେୟ ଦେବାକୁ ଭୁଲି ଯାଏ। କାରଣ ମୁଁ ନିଜକୁ ନିଜେ ଅନେକ ଚାପରେ ରଖି ସାରିଛି । ଯିଏ ଯାହା କହୁଛନ୍ତି ତାହା ସେମାନଙ୍କର ମତ । ଖେଳିଲାବେଳେ ମ୍ୟାଚ୍ କେମିତି ଜିତିବାକୁ ହେବ ସେକଥା ଚିନ୍ତା କରିବାକୁ ପଡ଼ିଥାଏ । ଏକଥା ମୁଁ ଅନେକ ଦିନରୁ କରି ଆସୁଛି । ସ୍ଥିତି ଅନୁସାରେ ଖେଳି ପାରିଲେ ମୁଁ ଗର୍ବ ଅନୁଭବ କରେ ବୋଲି ସେ କହିଛନ୍ତି। ତେବେ ବିରାଟଙ୍କ ଏହି ସେଞ୍ଚୁରୀ ପରେ ସେ ଆଇପିଏଲର ଯେକୌଣସି ମ୍ୟାଚରେ ଗେଲଙ୍କୁ ରେକର୍ଡକୁ ଭାଙ୍ଗି ଦେଇପାରନ୍ତି ।

ଆଉ ଏହି ଖବର ଏବେ କୋହଲିଙ୍କ ଫ୍ୟାନମାନଙ୍କ ପାଇଁ ବଡ଼ ଖୁସି ଆଣିଛି । ସେପଟେ ଟେଣ୍ଟି-୨୦ରେ ଏହା ବିରାଟଙ୍କର ସପ୍ତମ ଶତକ। ବିରାଟଙ୍କ ପଛରକୁ ୬ଟି ଲେଖାଏ ଶତକ ସହ କେଏଲ ରାହୁଲ ଓ ଏବଂ ରୋହିତ ଶର୍ମା ରହିଛନ୍ତି । ଏହି ରେକର୍ଡ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏହା ସର୍ବାଧିକ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com