ଓଡ଼ିଶା

କଟକ ସାଇବର ଥାନା କବଜା ରେ ସାଇବର ଅପରାଧୀ

କଟକ() କଟକ ସାଇବର ଥାନା କବଜା ରେ ସାଇବର ଅପରାଧୀ।ବିଭିନ୍ନ ସ୍କୁଲର ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ସହ ଭିଡିଓ ଭାଇରାଲ କରିବା ଅଭିଯୋଗ ରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ଅଶ୍ଲୀଳ ଫଟୋକୁ ଦେଖାଇ ଛାତ୍ରୀ ଙ୍କୁ ବ୍ଲାକ ମେଲ କରୁଥିବା ଅଭିଯୋଗ ହୋଇଥିଲା ।

ସାମାଜିକ ଗଣମାଧ୍ୟମ ବିଶେଷ କରି ଏନ୍ସଟା ଗ୍ରାମ ରେ ସକ୍ରିୟ ଥିବା ସ୍କୁଲ ଛାତ୍ରୀଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଫଟୋକୁ ବିକୃତ କରି ବ୍ଲାକ ମେଲ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ର ନାଁ ବିଶ୍ୱଜିତ ଭୁଇଁଆ ଓ ତାର ଘର କଟକ ଜିଲ୍ଲାର ନେମାଳ ଅଞ୍ଚଳରେ।

B. Com ଡିଗ୍ରୀ ଧାରୀ ବିଶ୍ୱଜିତ ବେଶ କିଛି ଦିନ ଧରି ଏହି ସାଇବର ଅପରାଧ ରେ ସମ୍ପୃକ୍ତ ଥିବା ବେଳେ କଟକ ର ଜଣେ ଛାତ୍ରୀଙ୍କ ମା ଙ୍କ ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ କରି ବିଶ୍ୱଜିତ କୁ ଗିରଫ କରିଛି। ତେବେ ଏନ୍ସଟାଗ୍ରାମରେ ନିଜର followers ବଢାଇବା ପାଇଁ ଆଖିବୁଜା friend request ଗ୍ରହଣ କରିଥିବା ଛାତ୍ରୀ ଙ୍କୁ ବିଶ୍ୱଜିତ ଟାର୍ଗେଟ କରୁଥିବା କହିଛନ୍ତି କଟକ ଡିସିପି।

Related Articles

Back to top button
WP Twitter Auto Publish Powered By : XYZScripts.com