Featuredଓଡ଼ିଶାରାଜନୀତି

ବାଜି ମାରିଲା ବିଜେପି

ବାଜି ମାରିଲା ବିଜେପି । ବିପୁଳ ଭୋଟରେ ଧାମନଗର ଉପନିର୍ବାଚନରେ ବଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଶେଷ ରାଉଣ୍ଡ ଗଣତିରେ ବିଜେପି ୯ ହଜାରରୁ ଅଧିକ ଭୋଟରେ ଆଗରେ ଥିବାରୁ ବିଜୟ ନିଶ୍ଚିତ ହୋଇଛି । ଏକ୍ଷେତ୍ରରେ ଶାସକ ବିଜେଡ଼ିର ସମସ୍ତ ରଣନୀତି ଫେଲ୍ ମାରିଛି । ବିଜେପି ସପକ୍ଷରେ ଅନୁକମ୍ପାମୂଳକ ଭୋଟ ବିଜୟର ମୁଖ୍ୟ ଆଧାର ବନିଛି । ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯ ହଜାର ୮୦୨ ଭୋଟରେ ହରାଇ ବାଜି ମାରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ବିଜେପି ପ୍ରାର୍ଥୀ ସୂରଜ ଙ୍କୁ ମୋଟ୍ ୮୦ ହଜାର୯୦ଟି ଭୋଟ ମିଳିଥିବା ବେଳେ ବିଜେଡ଼ିକୁ ୭୦, ୨୮୮ ଟି ଭୋଟ୍ ମିଳିଛି । ସେହିଭଳି କଂଗ୍ରେସକୁ ୩ ହଜାର ୫୬୧ଏବଂ ସ୍ୱାଧୀନକୁ ୮ହଜାର୧୨୨ଟି ଭୋଟ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ । ବର୍ତ୍ତମାନ କେବଳ ଔପଚାରିକ ବିଜୟ ଘୋଷଣାକୁ ଅପେକ୍ଷା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com