ରାଜନୀତି

ଚର୍ଚ୍ଚାରେ ଫୁଲ୍‌ ଷ୍ଟପ୍‌, ମିଳିଲାନି ଟିକେଟ୍‌, ଏବେ ହେବେ ରାଜ୍ୟପାଳ ନା ମାର୍ଗଦର୍ଶକ!?

କିଛି ଦିନର ବ୍ୟବଧାନ । ତାହାରି ଭିତରେ ବଦଳିଗଲା ରାଜନୀତିର ଦୃଶ୍ୟପଟ୍ଟ । ଛାମୁଆ ନେତା ଜଗିଲେ ଗଡ଼ ଆଉ ନୂଆ ଚେହେରା ପାଇଲେ ପାୱାର । ହଁ, ଦର୍ଶକବନ୍ଧୁ, ଆମେ କହୁଛୁ ନିକଟ ଅତୀତରେ ସରିଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ କଥା । ଯେଉଁଥିରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବାଜିମାତ୍‍ କରିଛି ବିଜେପି । ତେବେ ବିଜେପିର ବଡ଼ ଷ୍ଟ୍ରାଟେର୍ଜି ତଥା ମୋଦି ଫର୍ମୁଲା ଅନୁସାରେ ପ୍ରତ୍ୟେକ ରାଜ୍ୟର ବରିଷ୍ଠ ବା ହେଭିୱେଟ୍‍ ଲିଡରଙ୍କୁ ମିଳିନି କ୍ଷମତାର ପଦ । ଏକଦମ୍‍ ନୂଆ ଚେହେରା ହେଲେ ମୁଖ୍ୟମନ୍ତ୍ରୀ । ଆଉ ସବୁଠି ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ମଧ୍ୟ ସନ୍ତୁଷ୍ଟ କରାଗଲା । ବାସ୍‍, ଏହାପରେ ଆରମ୍ଭ ହୋଇଗଲା ବିଜେପିକୁ ନେଇ ବଡ଼ ଚର୍ଚ୍ଚା ।

କୁହାଗଲା କି ଛତିଶଗଡ଼ର ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ମଧ୍ୟପ୍ରଦେଶର ଶିବରାଜସିଂ ଚୌହ୍ୱାନ ଏବଂ ରାଜସ୍ଥାନର ରାଣୀ ତଥା ଦବଙ୍ଗ ଲେଡି ବସୁନ୍ଧରା ରାଜେ ସିନ୍ଦିଆଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ଚର୍ଚ୍ଚା ହେଲା କି କନିଷ୍ଠ ବା ନୂଆଚେହେରାଙ୍କୁ ରାଜ୍ୟସ୍ତରରେ ସୁଯୋଗ ଦିଆଯାଇଛି ଏବଂ ବରିଷ୍ଠଙ୍କୁ କେନ୍ଦ୍ରୀୟ ସ୍ତରରେ ଦିଆଯିବ ମୌକା । ହୁଏତ ଆସନ୍ତା ୨୪- ଲୋକସଭା ନିର୍ବାଚନରେ ରମଣ, ଶିବରାଜ ଓ ବସୁନ୍ଧରାଙ୍କୁ ମିଳିବ ଟିକେଟ- ଏହା ହୁଏତ ବିଜେପିର ବଡ଼ ରଣନୀତି । କିନ୍ତୁ ଶନିବାର ସନ୍ଧ୍ୟାରେ ବିଜେପି ସମସ୍ତଙ୍କୁ ଚମକାଇ ଦେଇଛି । ଦଳର ପ୍ରଥମ ୧୦୦ ଯୋଦ୍ଧାଙ୍କ ନାମ ପ୍ରକାଶ କରିବ ବୋଲି ଚର୍ଚ୍ଚାରେ ବିରାମ ଲଗାଇ ଦଳ ଘୋଷଣା କରିଛି ୧୯୫ ଏମପି ପ୍ରାର୍ଥୀ ତାଲିକାଙ୍କ ନାମ । ଯେଉଁଥିରେ ଅଛନ୍ତି ୩୪ କେନ୍ଦ୍ରମନ୍ତ୍ରୀ । ସେହିପରି କେତେକ ହେଭିୱେଟଙ୍କ ନାମ ତାଲିକାରେ ନାହିଁ ।

ହୁଏତ ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାର କରିପାରେ କିନ୍ତୁ ସବୁଠୁ ବଡ଼ କଥା ହେଉଛି ଶିବରାଜ ସିଂହଙ୍କୁ ଯେବେ ପ୍ରଥମ ଲିଷ୍ଟରେ ବିଦିଶା ଆସନରୁ ଟିକେଟ୍‍ ଦିଆଯାଇଛି ସେତେବେଳେ ରମଣ ଆଉ ବସୁନ୍ଧରାଙ୍କୁ ଅଣଦେଖା କରାଯାଇନି କି? ଏବେ ଏହି ଆଲୋଚନା ଜୋର ଧରିଛି । ତେଣୁ ସାଧାରଣରେ କୁହାଯାଉଛି କି ଏହି ଦୁଇ ବରିଷ୍ଠ ଲିଡରଙ୍କ ରାଜନୀତିକ ଯାତ୍ରା ସମାପ୍ତ । କାରଣ ବସୁନ୍ଧରାଙ୍କ ପୁଅ ୫୦ ବର୍ଷୀୟ ଦୁଶ୍ୟନ୍ତ ସିଂହଙ୍କୁ ମିଳିଛି ବିଜେପି ଟିକେଟ୍‍ । ତେଣୁ ବସୁନ୍ଧରା ଏବେ କରିବେ କଣ? ସେହିପରି ରମଣଙ୍କ ଗତି କୁଆଡ଼େ? ଚର୍ଚ୍ଚା ଅନୁସାରେ ଖେଳ ଖତମ୍‍ ହୋଇଗଲା କି? ଯାହା କୁହାଯାଉଛି ଏହି ଦୁଇନେତା ହୋଇପାରନ୍ତି ରାଜ୍ୟପାଳ କିମ୍ବା ବିଜେପିର ମାର୍ଗଦର୍ଶକ ମଣ୍ଡଳୀରେ ପାଇପାରନ୍ତି ସ୍ଥାନ ।

Related Articles

Back to top button
WP Twitter Auto Publish Powered By : XYZScripts.com