Breaking NewsFeaturedରାଜନୀତି

ଭାରତ ଯୋଡ ନ୍ୟାୟ ଯାତ୍ରା: ରାହୁଲଙ୍କ ସଭାରେ ଆଶ୍ଚର୍ଯ୍ୟଜନକ ଭିଡ । ଦେଖନ୍ତୁ ଦୃଶ୍ୟ

ହଜାର ହଜାର ଜନତା । ଖଚାଖଚ ଭିଡ । ଫ୍ଲାସ ନାଇଟ ମୋଡରେ ମୋବାଇଲ । ଆଉ ଜୋରଦାର ନାରା । ହେଲେ ଇଏ କୌଣସି କନସର୍ଟର ଦୃଶ୍ୟ ନୁହେଁ । କି କୌଣସି ରକଷ୍ଟାର, ସୁପରଷ୍ଟାରଙ୍କ ସୋ ନୁହେଁ । ବରଂ ଏକ ରାଜନେତାଙ୍କ ସଭାର ଦୃଶ୍ୟ । ଏ ହେଉଛି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାର ଭିଡିଓ । ଆଉ ରାହୁଲଙ୍କ ଭାଷଣ ପରେ ଏଭଳି ରିଆକ୍ସନ ଦେଇଛନ୍ତି ଲୋକେ । କହି ରଖୁଛୁ କି ୨୨ଜାନୁଆରୀ ସୋମବାର ଦିନ ଆସାମ ପରେ ମେଘାଳୟରେ ପହଂଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ସମୟରେ ସଂନ୍ଧ୍ୟାରେ ମେଘାଳୟ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ । ଏହାସହ କେନ୍ଦ୍ରର ବିଜେପି ସରକାର ଉପରେ କରିଛନ୍ତି ଜୋରଦାର ହମଲା । ରାହୁଲ କହିଛନ୍ତି କି ଏହିଠାରୁ ନୁହେଁ ବରଂ ଦିଲ୍ଲୀରୁ ଚାଲିଛି ମେଘାଳୟର ଶାସନ । ଯାହା ଆଦୌ ଗ୍ରହଣୀୟ ନୁହେଁ । ଦେଶ ଲଗାତାର ୪୦ବର୍ଷ ଧରି ଅଧିକ ବେରୋଜଗାରୀର ସାମ୍ନା କରୁଛି । ଏପରିକି ପୂର୍ବରୁ ମେଘାଳୟ ସରକାରଙ୍କୁ ଭ୍ରଷ୍ଟାଚାର ବୋଲି କହିଥିଲେ ଗୃହମନ୍ତ୍ରୀ । କିନ୍ତୁ ପରେ ଏହି ସରକାର ସହ ସେ ଏକାଠି ହୋଇଯାଇଛନ୍ତି ବୋଲି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ।

ତେବେ ରାହୁଲଙ୍କ ଭାଷଣ ଶେଷ ହେବା ପରେ ଅଭିବାଦନ ଜଣାଇବା ପାଇଁ ଲୋକଙ୍କୁ କହିଥିଲେ ମଂଚ ଉପରେ ଥିବା କଂଗ୍ରେସ ନେତା । ଏହା ପରେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଜନତା ନିଜ ନିଜ ମୋବାଇଲ ବାହାର କରିଥିଲେ ଓ ପରେ ଫ୍ଲାସ ଲାଇଟ ଅନ କରି ହାତ ହଲେଇଥିଲେ । ଏହି ସମୟରେ ରାହୁଲ ମଧ୍ୟ ନିଜ ମୋବାଇଲର ଫ୍ଲାସ ଲାଇଟ ଅନ କରିଥିଲେ । ଯାହା ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com