Breaking NewsFeaturedରାଜନୀତି

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଜୟରାମ ରମେଶ ଏମିତି କହିଲେ…

ସମଲିଙ୍ଗୀ ବିବାହକୁ ନେଇ ଚାଲିଆସିଛି ଅନେକ ବାଦବିବାଦ। ଅନେକ ଏହା ବିରୋଧରେ ତ ଆଉ ଦଳେଲୋକ ଏହା ସପକ୍ଷରେ। ତେବେ ଦୀର୍ଘଦିନ ପରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜ ରାୟ ସ୍ପଷ୍ଟ କଲେ। କହିଲେ ବିବାହ କୌଣସି ମୌଳିକ ଅଧିକାର ନୁହେଁ, ସମଲିଙ୍ଗୀ ବିବାହକୁ ରୋକଠୋକ୍‌ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହାପରେ ବିଭିନ୍ନ ବ୍ୟକ୍ତି, ସଂଗଠନ ଓ ରାଜନୀତିକ ଦଳ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହିକ୍ରମରେ କଂଗ୍ରେସ ଦଳ କହିଛି ଯେ, ସମଲିଙ୍ଗୀ ବିବାହକୁ ସମର୍ଥନ କରୁଛି ଏବଂ ନ୍ୟାୟିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଭେଦଭାବମୁକ୍ତ ପ୍ରକ୍ରିୟାରେ କଂଗ୍ରେସ ବିଶ୍ୱାସ କରେ।
ସୋସିଆଲ୍‌ ମିଡିଆରେ ପୋଷ୍ଟ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟ ଦେଇଥିବା ବିଭିନ୍ନ ରାୟ ଉପରେ ଦଳ ଅଧ୍ୟୟନ କରୁଛି ଏବଂ ପରବର୍ତ୍ତୀ ସମୟରେ ଏହାର ବିସ୍ତୃତ ଜବାବ ଦିଆଯିବ। କଂଗ୍ରେସ ସବୁବେଳେ ସାଧାରଣ ନାଗରିକମାନଙ୍କ ସ୍ୱାଧୀନତାର ସୁରକ୍ଷା ପାଇଁ ସେମାନଙ୍କ ସହ ଛିଡ଼ା ହୋଇଛି। ଯାହା ଲୋକଙ୍କ ସ୍ୱାଧୀନତା ଓ ଅଧିକାର। ଜୟରାମ ରମେଶ କହିଛନ୍ତି ଯେ ଏକ ଦଳ ଭାବେ ଆମେ ନ୍ୟାୟିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଭେଦଭାବ ନକରିବା ଉପରେ ଦୃଢ଼ ବିଶ୍ୱାସ କରୁଛୁ।
ଏଠାରେ କହିରଖୁଛୁ ଯେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବହୁଚର୍ଚ୍ଚିତ ସମଲିଙ୍ଗୀ ବିବାହ ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ସମଲିଙ୍ଗୀ ବିବାହକୁ ଅନୁମତି ସଂସଦ ଅଧିକାର ଅଧୀନରେ ରହିଛି। ଏଥିପାଇଁ ଆଇନର ପରିବର୍ତ୍ତନ କରିବା ଆବଶ୍ୟକ। ହେଲେ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com