Breaking NewsFeaturedଓଡ଼ିଶାରାଜନୀତି

ଜାନୁଆରୀରେ ଓଡିଶା ଦେଖିବ ହାଇଭୋଲଟେଜ ପଲଟିକାଲ ସିନ୍ ।

କିଛି ମାସ ପରେ ୨୦୨୪ନିର୍ବାଚନ । ଏନେଇ ମାହୋଲ ହେଲାଣି ସରଗରମ । କମର କଷିଲେଣି ୩ପ୍ରମୁଖ ଦଳ । ସବୁଠୁ ବଡ କଥା ହେଲା କ୍ଷମତାସୀନ ବିଜେଡିର ଗଡ ଭାଙ୍ଗିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କଲେଣି ୨ଜାତୀୟ ଦଳ ବିଜେପି ଓ କଂଗ୍ରେସ । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱକୁ ଭେଟି ଗୁରୁମନ୍ତ୍ର ପାଇ ଓଡିଶା ଫେରିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି ଉଭୟ ଦଳର ନେତା । ବିଜେଡିର ମୁକାବିଲା କରିବା ପାଇଁ ତିଆରି କରୁଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜୀ । ଏହିକ୍ରମରେ ଦେଖିବାକୁ ଗଲେ ବର୍ଷ ଆରମ୍ଭ ବା ଜାନୁଆରୀ ମାସରେ ଦେଖିବାକୁ ମିଳିପାରେ ବଡ ଧରଣର ରାଜନୈତିକ ହଲଚଲ । କାରଣ ଗୋଟିଏ ପଟେ ବିଜେଡି ସୁପ୍ରିମୋଙ୍କ ମାରାଥନ ଜିଲ୍ଲା ଗସ୍ତ ତ ଅନ୍ୟପଟେ ଉଭୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡିଶାକୁ ମାରଥନ ଗସ୍ତ କାର୍ଯ୍ୟକ୍ରମ । ତେଣୁ ୨ଦଳ ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବା ନେଇ ଯୋଜନା କରିଛି । କହିବାକୁ ଗଲେ ଜାନୁଆରୀରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଚାଣକ୍ୟ ଶାହ । ସେହିପରି କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ଆସିବା ନେଇ ଚାଲିଛି ସଜବାଜ । ତେବେ ଡିସେମ୍ବରରେ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିବା ବେଳେ ଜାନୁଆରୀରେ ଆସିବା ନେଇ ଆଶାବାଦୀ ଅଛନ୍ତି ବିଜେପି ନେତା ।

ସେହିପରି ବିଜେପି ଚାଣକ୍ୟ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ସମେତ ଅନେକ କେନ୍ଦ୍ରୀୟ ନେତା ବି ଆସିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏନେଇ ଦଳ ପକ୍ଷରୁ ହୋଇନି ବିଧିବଦ୍ଧ ଘୋଷଣା । ସେପଟେ କଂଗ୍ରେସର ମଧ୍ୟ ସମାନ ଅବସ୍ଥା । ଜାନୁଆରୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସୁନ୍ଦରଗଡ ଆସିପାରନ୍ତି ବୋଲି ସଂକେତ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହାସହ ଖଡଗେ ମଧ୍ୟ ରାଜ୍ୟ ନେତଙ୍କ ଭିତରେ ଜୋସ୍ ଭରିବା ପାଇଁ କରିବେ ଆଗମନ । ତେଣୁ ଉଭୟ ଦଳର କେନ୍ଦ୍ରୀୟ ନେତା ଆସୁଥିବାରୁ ଉତ୍ସାହିତ ଅଛନ୍ତି ନେତା ଓ କର୍ମୀ । ଅନ୍ୟପଟେ ବିଜେଡି ମଧ୍ୟ ପଛରେ ରହିବନି । ଜିଲ୍ଲା ଗସ୍ତ କରିବେ ନବୀନ ପଟ୍ଟନାୟକ । ପ୍ରଚାର କାର୍ଯ୍ୟକ୍ରମ ହେଉ କି ଜନସମାବେଶ ତାହା ମଧ୍ୟ ଜୋର ଦାର ହେବ । ତେବେ ମୋଟାମୋଟି କହିବାକୁ ଗଲେ ନୂଆବର୍ଷରୁ ରାଜ୍ୟରେ ଦେଖିବାକୁ ମିଳିବ ହାଇଭୋଟେଜ ପଲଟିକାଲ ସିନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com