ଓଡ଼ିଶା

ମୋବାଇଲ ନ୍ୟୁଜ୍ ୨୪x୭ ୱେବ ଚ୍ୟାନେଲର ସ୍ୱନକ୍ଷତ୍ର ଉତ୍ସବ, ନିରପେକ୍ଷତା ବଜାଇ ରଖିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଏବଂ ନିରପେକ୍ଷ ଓ୍ବେବ ଚ୍ୟାନେଲ୍ ମୋବାଇଲ ନ୍ୟୁଜ 24X7 ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବହୁ ଘାତ ପ୍ରତିଘାତ ଏବଂ ପ୍ରତିବନ୍ଧକ ମଧ୍ୟରେ ପାଠକ, ଦର୍ଶକଙ୍କ ଋଚିକୁ ସମ୍ମାନ ଜଣାଇ ନୂଆ ହେଲେ ବି ମୋବାଇଲ ନ୍ୟୁଜ 24X7 ତାର ବିଶ୍ବାସନୀୟତାକୁ ବଜାଇ ରଖିବାରେ ସକ୍ଷମ ହୋଇଛି । ଦୈନନ୍ଦିନ ଘଟୁଥିବା ତାଜା ଖବର ହେଉ କିମ୍ବା ବିଶେଷ ଉପସ୍ଥାପନା ସବୁ ବେଳେ ତାର ଗାରିମା ବଞ୍ଚାଇ ଉପରେ ଗୁରୁତ୍ବ ଦେଇଛି ।

ଜାତୀୟ ଆନ୍ତଜାତୀୟ ଖବର ସହ ଅପରାଧ, କ୍ରୀଡା, ମନୋରଞ୍ଜନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉପସ୍ଥାପନା ଜରିଆରେ ଦର୍ଶକଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି । ଅଭିଜ୍ଞ କର୍ମଚାରୀ, ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ, ଷ୍ଟୁଡିଓ ଆଦି ସହାୟତାରେ ନିରନ୍ତନ ଉଦ୍ୟମ ଚ୍ୟାନେଲକୁ ଆଗ ଧାଡିର ପ୍ରତିଯୋଗିତାରେ ଆଣିବାକୁ ସକ୍ଷମ ହୋଇଛି । ଏହି ଅବସରରେ ଆଜି ଚ୍ୟାନେଲର ମୁଖ୍ୟ ସମ୍ପାଦକ ଡି.ଏନ୍ ସିଂ କର୍ମଚାରୀଙ୍କ ଉପସ୍ଥିତିରେ କେକ୍ କାଟି ଶୁଭେଚ୍ଛା ଜଣାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com