Breaking NewsFeaturedରାଜନୀତି

ରାହୁଲ ଗାନ୍ଧି ନା ନରେନ୍ଦ୍ର ମୋଦି କିଏ ଅଧିକ ପପୁଲାର?

 

କିଏ ଅଧିକ ପପୁଲାର ?

ଲୋକ କାହାକୁ ଅଧିକ ପସନ୍ଦ କରନ୍ତି ?

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେପି । ହେଲେ ଏଥର କିନ୍ତୁ କୌଣସି ବୟାନବାଜୀ ମାଧ୍ୟମରେ ନୁହେଁ ବରଂ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଟକ୍କ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା କଂଗ୍ରେସ ନେତା ରାହୁଲ ଗାନ୍ଧି କିଏ ଅଧିକ ଲୋକପ୍ରିୟ, କାହାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି ଏହି ପ୍ରସଙ୍ଗକୁ ନେଇ ସାମ୍ନାମାମ୍ନି ହୋଇଛନ୍ତି ବିଜେପି-କଂଗ୍ରେସ ।

ଲୋକସଭାରେ ରାହୁଲ ଗାନ୍ଧି ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟୁ୍ୟବ ଚ୍ୟାନେଲକୁ କେତେଜଣ ଲୋକ ଦେଖୁଥିଲେ ତାହାର ତଥ୍ୟ ଉପସ୍ଥାପନ କରାଯାଇଛି । ଯେଥିରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନାରେ ରାହୁଲ ଗାନ୍ଧିଙ୍କ ଭାଷଣକୁ ଲୋକମାନେ ଅଧିକ ଦେଖିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ରାହିଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ କୁ ତୁଳନା କରି ଏହାର ତଥ୍ୟ ମଧ୍ୟ ପ୍ରକାଶ କରିଛନ୍ତି । କଂଗ୍ରେସର ସୋସିଆଲ ମିଡିଆ ଟିମ ଅନୁଯାୟୀ ରାହୁଲ ଗାନ୍ଧିଙ୍କ ଶେଷ ୩୦ଟି ଟ୍ୱିଟକୁ ୪୮.୧୩ ନିୟୁତ ଇମ୍ପ୍ରେସନ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଶେଷ ୩୦ଟି ଟ୍ୱିଟକୁ ୨୧.୫୯ ନିୟୁତ ଇମ୍ପ୍ରେସନ ମିଳିଛି । ତେବେ ଦଳ ପକ୍ଷରୁ କୁହାଯାଇଚି ଏହି ତଥ୍ୟ ଶନିବାର ତୁଳନା କରାଯାଇଛି ।

ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ଗତ ଏକ ମାସ ମଧ୍ୟରେ ପ୍ରାଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରାୟ ୭୯.୯ ଲକ୍ଷ ଏନଗେଜମେଣ୍ଟ ମିଳିଛି । କିନ୍ତୁ ଏହି ସମୟ ମଧ୍ୟରେ ରାହୁଲଙ୍କ ଆକାଉଣ୍ଟରେ ପ୍ରାୟ ୨୩.୪୩ ଲକ୍ଷ ଏନଗେଜମେଣ୍ଟ ଦେଖିବାକୁ ମିଳିଛି । ସେହିପରି ବିଜେପି ଏହା ମଧ୍ୟ କହିଛି ଯେ ଗତ ୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫେସବୁକ ଆକାଉଣ୍ଟରେ ପ୍ରାୟ ୫୭.୮୯ ଲକ୍ଷ ଏନଗେଜମେଣ୍ଟ ଦେଖିବାକୁ ମିଳିଛି । କିନ୍ତୁ ରାହୁଲ ଗାନ୍ଧିଙ୍କ କ୍ଷେତ୍ରରେ ଏହା ପ୍ରାୟ ୨୮.୩୮ ଲକ୍ଷ ରହିଛି ।

ବିଜେପି ଏହା ମଧ୍ୟ ଦାବି କରିଛି ଯେ ଲୋକପ୍ରିୟତା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ବହୁ ଆଗରେ ଅଛନ୍ତି । ବିଜେପି ଏହା ମଧ୍ୟ କହିଛି ଯେ ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ଫେସବୁକ ଆକାଉଣ୍ଟରେ ପ୍ରାୟ ୩.୨୫ କୋଟି ଏନଗେଜମେଣ୍ଟ ମିଳିଥିବା ବେଳେ ଏହି ସମୟରେ ରାହୁଲ ଗାନ୍ଧିଙ୍କ ଫେସବୁକ ଆକାଉଣ୍ଟରେ ପ୍ରାୟ ୧.୮୮ କୋଟି ଏନଗେଜମେଣ୍ଟ ମିଳିଛି । ଅନ୍ୟପଟେ ଗତ ଏକ ମାସ ମଧ୍ୟରେ ମୋଦିଙ୍କ ୟୁଟୁ୍ୟବ ଚ୍ୟାନେଲକୁ ପ୍ରାୟ ୨୫.୪୬ କୋଟି ଭୁ୍ୟ ମିଳିଥିବା ବେଳେ କଂଗ୍ରେସ ନେତାଙ୍କ ଚ୍ୟାନେଲକୁ ପ୍ରାୟ ୪.୮୨ କୋଟି ଭୁ୍ୟ ମିଳିଛି । ସେହିପରି କେବଳ ୨୦୨୩ରେ ପିଏମ ମୋଦିଙ୍କ ୟୁଟୁ୍ୟବ ଚ୍ୟାନେଲକୁ ପ୍ରାୟ ୭୫.୭୯ କୋଟି ଭୁ୍ୟ ହାସଲ କରିଥିବା ବେଳେ ରାହୁଲ ଗାନ୍ଧିଙ୍କ ଚ୍ୟାନେଲ ପ୍ରାୟ ୨୫.୩୮ କୋଟି ଭୁ୍ୟ ହାସଲ କରିଛି ।

କଂଗ୍ରେସର ତଥ୍ୟ ଆଧାରରେ ରାହୁଲଙ୍କ ଲୋକପ୍ରିୟତା ଅଧିକ, ବିଜେପିର ତଥ୍ୟ ଆଧାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଧିକ ପସନ୍ଦ କରନ୍ତି ଲୋକେ । ତେବେ ବାସ୍ତବରେ କିଏ ଅଧିକ ପପୁଲାର ତାହା ଆଗାମୀ ନିର୍ବାଚନର ଫଳାଫଳ ହିଁ କହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com