Featuredଐତିହ୍ୟ ଓ ସଂସ୍କୃତିଜାତୀୟମନୋରଞ୍ଜନ

ରାମାୟଣର ସୀତା ଦୀପିକା ଚିଖଲିୟା ବି କରିଥିଲେ ଏଭଳି ହରର୍ ଓ ବି-ଗ୍ରେଡ୍ ଫିଲ୍ମ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଯେତେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ସିରିଏଲ କି ଫିଲ୍ମ ନିର୍ମାଣ ହେଉ, ରାମାନନ୍ଦ ସାଗରଙ୍କ ରାମୟାୟଣ ଏବେ ଲୋକଙ୍କ ନଜରରୁ ହଟିନି। ଆଜି ବି କୋଟି କୋଟି ଦର୍ଶକ ରାମାୟଣ ସିରିଏଲ୍ ପାଇଁ ପାଗଳ । ଖାଲି ସେତିକି ନୁହେଁ ଏହି ଧାରାବାହିକର ଚରିତ୍ରମାନେ ମଧ୍ୟ ଲୋକଙ୍କ ମନରେ ଏମିତି ଛାପ ଛାଡ଼ିଛନ୍ତି ଯେ ସେମାନଙ୍କୁ ଦେଖିଲେ ବାସ୍ତବ ଦୁନିଆର ରାମ-ଲକ୍ଷ୍ମଣ-ସୀତା ଆଦି ମାନ୍ୟତା ଦେଇ ଯଥେଷ୍ଟ ସମ୍ମାନ ଦିଅନ୍ତି । ବିଶେଷକରି ଶ୍ରୀରାମ ଚରିତ୍ର ଅଭିନୟ କରିଥିବା ଅରୁଣ ଗୋଭିଲ, ଲକ୍ଷ୍ମଣ ଭୂମିକା ନିର୍ବାହ କରିଥିବା ସୁନିଲ ଲାହିଡ଼ି ଓ ସୀତା ଭୂମିକାରେ ଚମତ୍କାର ଅଭିନୟ କରିଥିବା ଦୀପିଖା ଚିଖଲିୟାଙ୍କ ଏବେ ବି ରହିଛି ଡିମାଣ୍ଡ । ତେବେ ରାମାୟଣରେ ମାତା ସୀତା ଭୂମିକାରେ ନିଖୁଣ ଅଭିନୟ କରିଥିବା ଦୀପିକାଙ୍କୁ ଏକଦା ବି-ଗ୍ରେଡ୍ ଫିଲ୍ମରେ ଅଭିନୟ କରିବାକୁ ପଡ଼ିଥିଲା ।

ପ୍ରଥମରୁ ଦୀପିକା ଚିଖଲିୟା ସିନେମାରେ ହିଁ କାମ କରିବାକୁ ଚାହୁଥିଲେ । ଅତୀତରେ ତାଙ୍କୁ ଚାଲଡ୍ ଆର୍ଟିଷ୍ଟ ଭାବେ କାମ କରିବାକୁ ମିଳିଥିଲା ଅଫର । କିନ୍ତୁ ପାଠପଢ଼ାରେ ବାଧା ଉପୁଜିବା ଆଶଙ୍କାରେ ପରିବାର ଲୋକେ ଏଥିରେ ବାରଣ କରିଥିଲେ । ପରେ ପାଠପଢ଼ା ସରିବା ପରେ ୧୯୮୩ରେ ଦୀପିକା ସୁନ୍ ମେରି ଲୈଲା ଫିଲ୍ମରେ ଡେବ୍ୟୁ କରିଥିଲେ । କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ ଫ୍ଲପ୍ ହୋଇଯାଇଥିଲା । ଏହା ପରେ ପରେ ଘର ସଂସାର, ଭଗବାନ ଦାଦା ଓ ପଥର ଆଦି ଅନେକ ଫିଲ୍ମ ଦୀପିକାଙ୍କ ଆସିଥିଲା ହେଲେ ହିଟ୍ ହୋଇପାରିନଥିଲା । ଲଗାତାର ଫ୍ଲପ୍ ହେବା ପରେ ଦୀପିକା ଛୋଟ ପରଦା ଆଡ଼କୁ ମୁହାଁଇଥିଲେ କିନ୍ତୁ ଭଲ ଫିଲ୍ମ ଅଫର୍ ଅପେକ୍ଷାରେ ରହିଥିଲେ । ତେବେ ଫିଲ୍ମରେ କାମ କରିବାର ସଉକ ଓ ନିଶା ତାଙ୍କୁ ଏମିତି ଘାରିଥିଲା ଯେ ସେ ହରର୍ ଓ ବି-ଗ୍ରେଡ୍ ଫିଲ୍ମ କରିବାକୁ ପଛାଇନଥିଲେ । ଚିଖ୍ ଓ ରାତ କି ଅନ୍ଧେରେ ମେଁ ଭଳି ବି-ଗ୍ରେଡ୍ ଫିଲ୍ମରେ ବୋଲ୍ଡ ସିନ୍ ଦେଇଥିଲେ ଦୀପିକା । ଏଥିସହ ରାମାନନ୍ଦ ସାଗରଙ୍କ ସିରିଜ୍ ବିକ୍ରମ ବେତାଳରେ ଦୀପିକା ଅଭିନୟ ଆରମ୍ଭ କରିଥିଲେ । ଏଥିରେ ଅଭିନୟ କରୁକରୁ ଦୀପିକା ରାମାୟଣରେ ସୀତା ଭୂମିକା ପାଇଁ ଅଡିସନ୍ ଦେଇଥିଲେ । ବାସ୍‌, ଘରେ ଘରେ ପରିଚିତ ହୋଇଗଲେ ଦୀପିକା । ତାଙ୍କୁ ସମସ୍ତେ ମାନିଗଲେ ସୀତା ମାତା ଭାବରେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com