Breaking NewsFeaturedଅନ୍ୟାନ୍ୟଭାଇରାଲ୍ ଭିଡିଓ

PM ମୋଦିଙ୍କ କମାଲ । GOOGLEରେ ଟ୍ରେଣ୍ଡ ହେଲା ଲାକ୍ଷାଦ୍ୱୀପ । ଇଣ୍ଡିଆ ବନାମ ମାଲଦ୍ୱୀପ

ଲାକ୍ଷାଦ୍ୱୀପ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବେଠାରୁ ଟ୍ରେଣ୍ଡିଂରେ ରହିଛି ଲାକ୍ଷାଦ୍ୱୀପ । ଗୁଗୁଲରେ ଲାକ୍ଷାଦ୍ୱୀପ ହେଉଛି ଲଗାତାର ସର୍ଚ୍ଚ କରାଯାଉଥିବା ଶଦ୍ଦ । କହିରଖୁଛୁ ଯେ, ୪ଜାନୁଆରୀରେ ଗୁଗୁଲରେ ଭାରତରେ ସବୁଠୁ ଅଧିକ ଖୋଜା ହେଉଥିବା କି-ୱର୍ଡ ହେଉଛି ଲାକ୍ଷାଦ୍ୱୀପ । କିନ୍ତୁ ୮ଜାନୁଆରୀ ସୁଦ୍ଧା ସାରା ବିଶ୍ୱର ଲୋକ ଏହି ଜାଗାକୁ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ଯାହା ଗତ ୨୦ବର୍ଷ ଭିତରେ ସବୁଠୁ ଅଧିକ । କେବଳ ସେତିକି ନୁହେଁ ୪ଦିନରେ ଲାକ୍ଷାଦ୍ୱୀପକୁ ପର୍ଯ୍ୟଟନଙ୍କ ସୁଅ ବି ଛୁଟିଲା । କହିବାକୁ ଗଲେ ଏହି ଜାଗାର ଡିମାଣ୍ଡ ସେତେବେଳେ ବଢିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରି ସ୍ନର୍କଲିଙ୍ଗ ଠାରୁ ଆରମ୍ଭ କରି ବିଚରେ ବୁଲିବା ଓ ଆରାମ କରିବା ଭଳି ଅନେକ ଫଟୋ ସେୟାର କଲେ ।

ଯେମିତିକି ସମୁଦ୍ର କୁଳରେ ବୁଲିବା, ଥଣ୍ଡା ପବନ ସହ ହାତରେ ଗରମ ଚାହା କପ ଆଉ ଏକାନ୍ତରେ ସମୟ କାଟିବା । ଏହାସହ କିଛି ଅନୁଭୂତି ପାଇଁ ସମୁଦ୍ରରେ ବୁଡି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରୁଥିଲେ । ଲାକ୍ଷାଦ୍ୱୀପ ବେଳାଭୂମୀରେ ଶାନ୍ତିର ମୁହୂର୍ତ ଅତିବାହିତ କରିବାର ଫଟୋ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ମୋଦୀ । ଯେଉଁଥିରେ ଲାକ୍ଷାଦ୍ୱୀପର ସୁନ୍ଦରତା ଦେଖିବାକୁ ମିଳିଥିଲା । ପରେ ସି ବିଚ ପ୍ରେମୀଙ୍କୁ ଲାକ୍ଷାଦ୍ୱୀପ ଯାତ୍ରା କରିବାକୁ ବାର୍ତା ଦେଇଥିଲେ ମୋଦି । ଏହି ସ୍ଥାନ ଏକାନ୍ତରେ ସମୟ ବିତାଇବା, ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ଏବଂ ରୋମାଂଚ ପାଇଁ ଉପଯୁକ୍ତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ତେଣୁ ମୋଦୀଙ୍କ ଗସ୍ତ ପରେ ଛୁଟି ବିତାଇବା ସ୍ଥାନ ଭାବେ ଲାକ୍ଷାଦ୍ୱୀପର ଚାହିଦା ବଢି ଯାଇଛି । ଯାହାପରେ ଏସିଆର ସବୁଠୁ ପ୍ରିୟ ପର୍ଯ୍ୟଟନ ସ୍ଥଳ ମାଳଦ୍ୱୀପକୁ ହଜମ ହେଲାନି । ସେଠାକାର କିଛି ସାଂସଦ ଓ ମନ୍ତ୍ରୀ ମୋଦିଙ୍କ ପୋଷ୍ଟ ନେଇ ବିବାଦୀୟ ଟିପଣୀ ଦେବା ଆରମ୍ଭ କଲେ । ଯାହା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଉ ଏହାପରଠାରୁ ଆରମ୍ଭ ହୋଇଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ଭାରତରେ ବଏକଟ୍ ମାଳଦ୍ୱୀପ ଟ୍ରେଣ୍ଡ କରିବାରେ ଲାଗିଛି । ଲୋକେ ଏବେ ନିଜର ମାଳଦ୍ୱୀପ ଗସ୍ତକୁ ବାତିଲ କରିଦେଉଛନ୍ତି । କେବଳ ସେତିକି ନୁହେଁ ଅନେକ ସେଲିବ୍ରେଟି ବି ଭାରତ ବା ଲାକ୍ଷାଦ୍ୱୀପ ସମର୍ଥନରେ ବାହାରିଛନ୍ତି । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ମାଳଦ୍ୱୀପର ପର୍ୟ୍ୟଟନ କ୍ଷେତ୍ରରେ ବଡ କ୍ଷତି ସହିବା ଆଶଙ୍କା ଦେଖାଦେଇଛି । ତେଣୁ ଏବେ ନିଜ ମନ୍ତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି ମାଳଦ୍ୱୀପ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com