Featuredଜାତୀୟରାଜନୀତି

ମଜବୁତ ଲଢେଇ ପାଇଁ ପ୍ରସ୍ତୁତ ରୁହ : ପ୍ରଧାନମନ୍ତ୍ରୀ

ମଙ୍ଗଳବାର ଦିନ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଟିର ନେତାଙ୍କୁ କହିଛନ୍ତି କି, ଆଗାମୀ ଦିନରେ ମଜବୁତ ଲଢେଇ ହେବାକୁ ଯାଉଛି ଓ ଏଥିପାଇଁ ସମସ୍ତେ ପ୍ରସ୍ତୁତ ରୁହ । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ କି ପାର୍ଟି ଯେତେ ସଫଳତାର ପାହାଚ ଚଢିବ ବିରୋଧୀମାନେ ସେତେ ଆକ୍ରମଣର ଗତି ତୀବ୍ର କରିବେ । ସଂସଦ ପରିସରରେ ଆୟୋଜିତ ଏହି ବୈଠକରେ ପ୍ରଥମେ ୩ଟି ରାଜ୍ୟରେ ବିଜେପିର ବିଜୟ ପାଇଁ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ସରକାରଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଂଚାଇବାକୁ ସାଂସଦମାନେ ଲୋକଙ୍କ ପାଖକୁ ଯିବା ଆବଶ୍ୟକ ବୋଲି କହିଛନ୍ତି । ଏହାସହ ମେ’୧୫ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ସମସ୍ତ ସାଂସଦ ନିଜ ନିଜ ସଂସଦୀୟ କ୍ଷେତ୍ରକୁ ଯାଇ ଲୋକଙ୍କ ସହ ମିଶିବାକୁ ପରାମର୍ଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com