Breaking NewsFeaturedରାଜନୀତି

NDAର ଅଂଶୀଦାର ହୋଇ PM Modiଙ୍କ ସହ ମଞ୍ଚକୁ ଯିବାକୁ Mizoram ମୁଖ୍ୟମନ୍ତ୍ରୀ କାହିଁକି ପଛଉଛନ୍ତି?

ପଶିଗଲା କି ଛନକା। ଘାରିଲା କି ହାରିଯିବାର ଭୟ? ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ଏଭଳି ପରିସ୍ଥିତିରେ ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଅଡୁଆ ବଢିଛି। କାରଣ ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ରୋକଠୋକ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ। ଏପରିକି ପ୍ରଧାନମନ୍ତ୍ରୀ ମୋଦି ଏକା ଆସିବା ସହ ମଞ୍ଚରେ ଏକା ନିଜର ଭାଷଣ ରଖନ୍ତୁ ବୋଲି ସେ କହିଛନ୍ତି।

ଜୋରମଥାଙ୍ଗାଙ୍କ କହିବା ଅନୁସାରେ ସେ ଅଲଗା ନିଜର ପ୍ରଚାର କରିବେ। ମିଜୋରାମ ଲୋକେ ଖ୍ରୀଷ୍ଟିଆନ ଅଟନ୍ତି। ଯେତେବେଳେ ମେଟେଇ ସମ୍ପ୍ରଦାୟର ଲୋକେ ବହୁ ଚର୍ଚ୍ଚ ଜଳାଇଥିଲେ ସେତେବେଳେ ମିଜୋରାମ ଲୋକେ ବିରୋଧ କରିଥିଲେ। ଏହି ସମୟରେ ବିଜେପି ସହ ସାଥି ହେଲେ ଦଳ ପାଇଁ ଏହା କ୍ଷତିକାରକ ହେବ ବୋଲି ସେ କହିଛନ୍ତି। ଏଠାରେ କହିରଖୁଛୁ ଯେ ଆସନ୍ତା ନଭେମ୍ବର ୭ ତାରିଖରେ ମିଜୋରାମର ୪୦ ଟି ବିଧାନସଭା ସିଟ ପାଇଁ ଭୋଟ ଗ୍ରହଣ ହେବ। ଆଉ ଚଳିତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଆସିବେ। ମୋଦି ପଶ୍ଚିମ ମିଜୋରାମର ମାମିତ ଗାଁରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଜୋରମଥାଙ୍ଗାଙ୍କ ମିଜୋ ନ୍ୟାସନାଲ ଫ୍ରଣ୍ଟ ବିଜେପି ନେତୃତ୍ୱରେ ଚାଲିଥିବା ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ କେନ୍ଦ୍ରରେ ଏନଡିଏର ଏକ ଅଂଶୀଦାର। ତେବେ କଂଗ୍ରେସର ସତ୍ତାକୁ ବିରୋଧ କରି ତାଙ୍କ ଦଳ ଏନଡିଏର ଅଂଶୀଦାର ସାଜିଥିବା ମିଜୋରାମ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରିକି ମଣିପୁର ସରକାର କେନ୍ଦ୍ର ସରକାରଙ୍କ ପାଦରେ ପାଦ ମିଶାଇ ଚାଲୁଛି। ମଣିପୁରରେ ଶାନ୍ତି ଫେରାଇ ଆଣିବା କେନ୍ଦ୍ରର ଦାୟିତ୍ୱ ଓ ଶାନ୍ତି ଫେରିଲେ ହିଁ ଲୋକେ ଘରକୁ ଫେରିବେ ବୋଲି ସେ କହିଛନ୍ତି। ମିଜୋରାମର ୧୧ ଜିଲ୍ଲାରେ ୮୭ ପ୍ରତିଶତ ଖ୍ରୀଷ୍ଟିଆନ ଧର୍ମର ଲୋକେ ବସବାସ କରନ୍ତି। ତେଣୁ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ରହିଲେ ଶାସକ ଦଳର ଭୋଟ ଉପରେ ଏହାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି। ଯେଉଁ କାରଣ ପାଇଁ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ସିଧା ସିଧା ମନା କରିଛନ୍ତି। ଅନ୍ୟପଟେ କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମିଜୋରାମ ଗସ୍ତରେ ଯାଇ ଦଳ ସପକ୍ଷରେ ମାହୋଲ ତିଆରି କରିଛନ୍ତି। ମଣିପୁର ପ୍ରସଙ୍ଗକୁ ଉଠାଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଜୋରାମରେ ଟାର୍ଗେଟ କରିଛନ୍ତି ରାହୁଲ। ତେଣୁ ମୋଦିଙ୍କ ସହ ମଞ୍ଚରେ ବସି ଅଡୁଆରେ ପଡିବାକୁ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଚାହୁଁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com