Featuredଅନ୍ତର୍ଜାତୀୟଜାତୀୟ

ଚୀନକୁ କଡ଼ା ଚେତାବନୀ

ସୀମା ବିବାଦ ପ୍ରସଙ୍ଗରେ ଚୀନକୁ କଡ଼ା ଚେତାବନୀ । ସେପଟେ ଅନ୍ତର୍ଜାତୀୟ ସୀମାରେଖରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଆହ୍ବାନ ଦେଇଛି ଚୀନ । ସୀମା ବିବାଦ ପ୍ରସଙ୍ଗରେ ଗତକାଲି ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିବାବେଳେ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ଲାଗି ଆହ୍ବାନ ଦେଇଛନ୍ତି ଚୀନ ପ୍ରତିପକ୍ଷ ଜେନେରାଲ ଲି ସାଙ୍ଗଫୁ ।
ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ସାଙ୍ଗଫୁ । ସୀମା ପ୍ରସଙ୍ଗରେ ଚୀନ ଓ ଭାରତ ମଧ୍ୟରେ କେତେକ ମତପାର୍ଥକ୍ୟ ରହିଥିବା ସତ୍ତ୍ବେ ଅନେକ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ସହମତି ରହିଆସିଛି । ସାମଗ୍ରିକ ଓ ଦୀର୍ଘସ୍ଥାୟୀ ତଥା କୌଶଳଗତ ଦୃଷ୍ଟିଭଙ୍ଗୀ ଦୃଷ୍ଟିରୁ ଦୁଇ ଦେଶ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ଚୀନ ।
ଭାରତ ଓ ଚୀନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ ରାଉଣ୍ଡ କଥାବାର୍ତ୍ତା ହୋଇସାରିଥିବାବେଳେ ଲଦାଖ, ହଟ୍ ସ୍ପ୍ରିଙ୍ଗସ୍, ଗଲଓ୍ବାନ ଓ ପଙ୍ଗୋଙ୍ଗ ହ୍ରଦ ପ୍ରସଙ୍ଗକୁ ନେଇ ରହିଥିବା ବିବାଦ ଦୂର କରିବାକୁ ଉଦ୍ୟମ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com