Featuredଅନ୍ତର୍ଜାତୀୟଜାତୀୟ

ଜି-୨୦ର ଅଧ୍ୟକ୍ଷ ହେବା ନେଇ ଭାରତରେ ଉତ୍ସବର ପ୍ରସ୍ତୁତି

ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷ ହୋଇଯିବ। ଏ ନେଇ ଦେଶରେ ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ଉପଲକ୍ଷେ ସମଗ୍ର ଦେଶରେ ୧୦୦ଟି ସ୍ମାରକ ଜି-୨୦ର ଲୋଗୋ ସହିତ ଆଲୋକମାଳାରେ ଝଲସି ଉଠିବ। ଏହା ପରେ ଜି-୨୦ର ବୈଠକର ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଆସନ୍ତା ବର୍ଷ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଜି-୨୦ ଦେଶର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦେଶର ୫୦ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ। ପ୍ରଥମ ଜି-୨୦ ସେରପା ବୈଠକ ଚଳିତ ବର୍ଷ ଡିସେମ୍ବର ୪ରୁ ୭ ପର୍ଯ୍ୟନ୍ତ ଉଦୟପୁରରେ ଆୟୋଜିତ ହେବ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ଅଧ୍ୟକ୍ଷତାରେ ଆୟୋଜିତ  ହେଉଥିବା ଜି-୨୦ର ଆୟୋଜନକୁ ଐତିହାସିକ କରିବା ଲାଗି ବଡ ଧରଣର ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ଭାରତର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରଗତିକୁ ପ୍ରଦର୍ଶିତ କରାଯିବ। ଏଥିସହ ପର୍ଯ୍ୟଟନ , ସଂସ୍କୃତି ଏବଂ ପାର୍ବଣର ବିଶେଷତ୍ଵକୁ ଜି-୨୦ ଆୟୋଜନ ସହ ଯୋଡା ଯିବ। ଜି-୨୦ର ଭବ୍ୟ ଆୟୋଜନ ଜରିଆରେ ବ୍ରାଣ୍ଡ ଇଣ୍ଡିଆକୁ ପ୍ରମୋଟ କରାଯିବ। ଯେଉଁ ସହରରେ ବୈଠକ ହେବ ସେଠାକାର ପର୍ଯ୍ୟଟନ ସ୍ଥଳଗୁଡିକୁ ପ୍ରଦର୍ଶିତ କରାଯିବ। ଏପରିକି ସ୍ଥାନୀୟ କଳା ସଂସ୍କୃତିକୁ ପ୍ରଦର୍ଶିତ କରାଯିବ।ବୈଠକରେ ଆର୍ଥିକ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଜାତୀୟ ପ୍ରସଙ୍ଗ, ଉର୍ଜା ସୁରକ୍ଷା, ଖାଦ୍ୟ ସୁରକ୍ଷା ପରି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୈଠକରେ ଜି-୨୦ ଦେଶ ବ୍ୟତୀତ ବାଂଲାଦେଶ, ମରିସସ, ଓମାନ, ୟୁଏଇ, ନାଇଜେରିଆ ଏବଂ ଇଜିପ୍ଟକୁ ସ୍ଵତନ୍ତ୍ର ଆମନ୍ତ୍ରିତ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com