Featuredଜାତୀୟ

ଭଙ୍ଗା ହେଲା ଇନ୍ଦୋରର ବେଲେଶ୍ୱର ମହାଦେବ ମନ୍ଦିର

ମଧ୍ୟପ୍ରଦେଶର ଇନ୍ଦୋରର ବେଲେଶ୍ୱର ମହାଦେବ ମନ୍ଦିରରେ ଅଘଟଣ ଘଟିବା ପରେ ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ସୋମବାର ସକାଳେ ମ୍ୟୁନିସିପାଲିଟି କର୍ପୋରେସନ ଅଣ୍ଟା ଭିଡିଛି । ତେବେ ଏହି ମନ୍ଦିର ଉଚ୍ଛେଦକୁ ବଜରଙ୍ଗ ଦଳ କର୍ମୀମାନେ ବିରୋଧ କରୁଛନ୍ତି ।

ଗତକାଲି ରାତି ୧୨ଟାରେ ମନ୍ଦିର ଭଙ୍ଗା ହେବାକୁ ନେଇ ନୋଟିସ୍ ମାରିଥିଲେ । ମଧ୍ୟରାତ୍ରିରେ ଜେସିବି ଡମ୍ପରମାନଙ୍କୁ ମଧ୍ୟ ଡକାଯାଇଥିଲା । ସୋମବାର ସକାଳ ୫ ଟାରେ ବେଲେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚି ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀମାନେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ ।

ମନ୍ଦିର ଉଚ୍ଛେଦ ସମୟରେ ଗଣମାଧ୍ୟମକୁ ମଧ୍ୟ ପ୍ରବେଶ ବନ୍ଦ କରାଯାଇଥିଲା। ଏହି ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରତ୍ୟେକ ଘର ସାମ୍ନାରେ ପୋଲିସ ଉପସ୍ଥିତ ଥିଲା। ପୂର୍ବରୁ ନିର୍ମାଣାଧୀନ ମନ୍ଦିରର କାନ୍ଥ ଭାଙ୍ଗି ଯାଇଥିଲା। ତା’ପରେ ମୂର୍ତ୍ତିଗୁଡ଼ିକୁ ମନ୍ଦିରରୁ ହଟାଇ ଦିଆଗଲା। ପ୍ରଶାସକ ଦଳ ମୂର୍ତ୍ତିଗୁଡ଼ିକୁ ଏକ କାରରେ ନେଇ ଯାଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com