Breaking NewsFeaturedଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ, ଆହୁରି ସିଝାଇବ ତାତି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଲଗାତାର ୩ ଦିନ ହେବ ତାତି ଓ ଗୁଳୁଗୁଳିରେ କଲବଲ ହେଉଛନ୍ତି ଓଡିଶା ବାସି। ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ବିଶେଷକରି ପଶ୍ଚିମ ଓଡିଶାରେ ଖରାର ତାପମାତ୍ରା ଅଧିକ ଥିବା ବେଳେ ପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଛଟପଟ କରୁଛି । ସେହିପରି ଆଜି ମଧ୍ୟ ନିଆଁ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଶନିବାର ଭୋରୁ ଭୋରୁ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ ୫ଟା ସୁଦ୍ଧା ତାପମାତ୍ରା ୩୦.୨ ଡିଗ୍ରୀ ପାର କରିଥିଲା ପାରଦ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡିକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସିଧାସଳଖ ଖରାକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ମଧ୍ୟ ଗରମ ସହ ଗୁଳୁଗୁଳି ଜାରି ରହିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭିବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ । ସେହିପରି ଶୁକ୍ରବାର ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା । କେବଳ ଝାରସୁଗୁଡା ନୁହେଁ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା ।

ତେବେ ବିଶେଷଜ୍ଞଙ୍କ ମତରେ ବାଂଲାଦେଶ ନିକଟସ୍ଥ ଭାରତ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଓଡିଶାରେ ଅସହ୍ୟ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com