ଅନ୍ୟାନ୍ୟ

କେନ୍ଦୁଝର ଜିଲ୍ଲା ବିଲ୍ଲା ଛକରେ ପ୍ରଦର୍ଶିତ ହେବ ମିଗ-୨୩ ଯୁଦ୍ଧ ବିମାନ

କେନ୍ଦୁଝର , ୨୦/୦୮/୨୦୨୨ –  ଯୁଦ୍ଧ ବିମାନ ଦେଖିବାକୁ ଲୋକଙ୍କ ଭିଡ଼ । କେନ୍ଦୁଝର ଜିଲ୍ଲା ବିଲ୍ଲା ଛକରେ ପ୍ରଦର୍ଶିତ ହେବ ମିଗ-୨୩ ଯୁଦ୍ଧ ବିମାନ । ଏଥିଲାଗି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ବିଲ୍ଲା ଛକରେ ଭାରତୀୟ ବାୟୁସେନାରେ ନିୟୋଜିତ ଏକ  ୧୮ ମିଟର ଲମ୍ବ ଏବଂ ୧୪ ମିଟର ଚଉଡା ବିଶିଷ୍ଟ ଇଞ୍ଜିନ ବିହୀନ ମିଗ-୨୩ ବିମାନକୁ ପ୍ରଦର୍ଶନ ନିମନ୍ତେ ପହଞ୍ଚିଛି । ବିମାନଟି ପହଁଞ୍ଚିବା ପରେ ଏହାକୁ ଯୋଡିବା ପାଇଁ ଇଂଜିନିୟର ଟିମ ଲାଗିଥିବା ବେଳେ ଆଉ ସପ୍ତାହେ ଲାଗିବ ବୋଲି ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ଯୋଡ଼ା ହେବା ପରେ ଏହା ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହେବ । ଏହି ପରାକ୍ରମୀ ବିମାନଟି ୧୯୮୦ ମସିହାରେ ବାୟୁସେନାରେ କାର୍ଯ୍ୟକ୍ଷମ ହୋଇଥିଲା । ୧୯୯୯ ମସିହା କାରଗିଲ ଯୁଦ୍ଧ, ୨୦୦୪ ମସିହା ଅପରେସନ ପରାକ୍ରମ ଏବଂ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ଭଳି ଅପରେସନ ସଫଳ କରିବାରେ ଏହି ବିମାନଟିର ଭୂମିକା ରହିଥିଲା ।  ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତର ଗଦଗଦି ଗ୍ରାମର ଡମ୍ବରୁଧର ମହାନ୍ତଙ୍କ ପୁଅ ଡି. ଅମ୍ବରେଶ ବାୟୁ ସେନାର ଜଣେ ଅଧିକାରୀ । ନିଜ ଗାଁ ଅଞ୍ଚଳରେ ଏକ ଯୁଦ୍ଧ ବିମାନ ଆଣି ରଖିବାକୁ ଇଛା ଥିଲା । ଏହା ପରେ ତାଙ୍କ ପଞ୍ଚାୟତର ସରପଞ୍ଚ ଗୀତା ରାଣୀ ନାୟକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସରପଞ୍ଚ ମଧ୍ୟ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏକ ସେବା ନିବୃତ ଯୁଦ୍ଧ ଜାହାଜ ରଖିବା ପାଇଁ ଅନୁରୋଧ କରିଥିଲେ । ସରପଞ୍ଚଙ୍କ ଚିଠି ପାଇ ୨୦୧୯ ମସିହାରେ ବାୟୁସେନା ପକ୍ଷରୁ ଏଠାରେ ମିଗ-୨୩ ଯୁଦ୍ଧ ବିମାନ ଯୋଗାଇ ଦେବାକୁ ନିଷ୍ପତି ହୋଇଥିଲା । କିନ୍ତୁ କରୋନା କାରଣରୁ ବିମାନଟି ଆସିପାରିନଥିବାରୁ ଏବେ ଆସି ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com