Breaking NewsFeaturedଅନ୍ୟାନ୍ୟ

AWARD ପାଇଲା MOBILE NEWSଟିମ୍

ପିଲାଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରେରଣା ନିହାତି ଜରୁରୀ । ବାପା ମାଆ ମାନେ ସବୁବେଳେ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି ତାଙ୍କୁ ସୁଯୋଗ ଦେବା ଆବଶ୍ୟକ । ଏପରି ହେଲେ ସେମାନେ ପରିବାର ସହିତ ଦେଶର ନାଁ ମଧ୍ୟ ରଖିପାରିବେ । ଆଉ ଏହାକୁ ହୃଦୟଙ୍ଗମ କରିଛି ପୁରୀ ଜିଲା ଡେଲାଙ୍ଗ ଅନ୍ତର୍ଗତ କୁଞ୍ଜର ଗାଁରେ ଥିବା ଆନନ୍ଦ ସେବା ସଦନ । ଶିଶୁଙ୍କ ଲୁକାୟିତ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବଶିଷ୍ଟ ପ୍ରତିଭା ମାନଙ୍କୁ ସାମ୍ନାନିତ କରିବାକୁ କରିଛି ନିଆରା ପ୍ରୟାସ । ଏନେଇ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଆୟୋଜନ କରାଯାଇଛି । ଯେଉଁଥିରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବକ, ସମ୍ବାଦିକ, ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆମ ମୋବାଇଲ ନୁ୍ୟଜ ୨୪/୭ଟିମକୁ ମଧ୍ୟ ସଂସ୍ଥା ପକ୍ଷରୁ କରାଯାଇଛି ପୁରସ୍କୃତ । ବେଷ୍ଟ ରିପୋର୍ଟର ପ୍ରଭାତ କୁମାର ରାଉତ ଓ ବେଷ୍ଟ କ୍ୟାମେରା ମ୍ୟାନ ପ୍ରତାପ କୁମାର ଭୋଇ ହୋଇଛନ୍ତି ସମ୍ମାନିତ । ମାନପାତ୍ର ଓ ଉପଢୌକନ ଦିଆଯାଇ ଏହି ୨ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଉପସ୍ଥିତ ଅତିଥି । ଫଳରେ ସେମାନଙ୍କୁ ଆହୁରି ଆଗକୁ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି । ସେହିଭଳି ପୁଲୱାମ ଆଟାକରେ ଶହୀଦ ହୋଇଥିବା ଦେବାଶିଷ ବିଶ୍ୱାଳଙ୍କୁ ମରୋମତର ଭାବେ ବୀରତ୍ୱ ସମ୍ମାନ ପ୍ରଦାନ କରାଯାଇଛି । ଏନେଇ ମଂଚରେ ତାଙ୍କ ବାପାଙ୍କୁ ସମ୍ମାନୀତ କରିଛି ଆନନ୍ଦ ସେବା ସଦନ ।

ତେବେ ଡେଲାଙ୍ଗ ସ୍ଥିତ କୁଞ୍ଜରରେ ଥିବା ଆନନ୍ଦ ସେବା ସଦନର ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ ଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜିବୀ ।

Related Articles

Back to top button
WP Twitter Auto Publish Powered By : XYZScripts.com