Featuredଜାତୀୟ

ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀର ଅଜଣା କଥା । ଜାଣନ୍ତୁ . . . .

ନିପଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ । ରାତି ପାହିଲେ ଦେଖେ ବଞ୍ଚିିବା ପାଇଁ ସଂଘର୍ଷ । ନା ଥିଲା ସେ ସମୟରେ ଶିକ୍ଷା ନା ସଭ୍ୟତା । ଏ ହେଉଛି ମୟୂରଭଞ୍ଜ ରାଇରଙ୍ଗପୁରର ପାହାଡ଼ପୁର କଥା । ଯାହା ଏବେ ବି ଦୁର୍ଗମ ଆଉ ଅପହଞ୍ଚ । ତେବେ ଭାବନ୍ତୁ ଦୀର୍ଘ ୬୦ ବର୍ଷ ପୂର୍ବେ କଣ ଥିଲା ସେହି ସ୍ଥାନ । ଆଉ ସେହି ସମୟରେ ସେ ଥିଲେ ଜଣେ ଝିଅ ଯାହା ପାଇଁ ସେତେବେଳେ ସମାଜରେ ଥିଲା ବହୁ ବନ୍ଧନ । ସ୍ୱାଧୀନ ଭାବେ ଯେମିତି ଏକ ଝିଅ ପାଇଁ ସ୍ୱପ୍ନ ଥିଲା । କିନ୍ତୁ ଏହି ଝିଅର ସ୍ୱପ୍ନ କିଛି ଅଲଗା ଥିଲା । ବଣ ପାହାଡ଼ ଘେରା ଅଞ୍ଚଳରୁ ସେ ନଜକୁ ବାହାର କରି ଶିକ୍ଷା ହାସଲ କରିବା ପାଇଁ ମାତ୍ର ୫ ବର୍ଷରେ ପହଞ୍ଚିଥିଲେ ରାଜଧାନୀ ଭୁବନେଶ୍ୱରରେ । ଆଉ ତାପରେ କେବେ ପଛକୁ ଚାହିଁ ନଥିଲେ । କେତେବେଳେ ଶିକ୍ଷକତା ତ ଆଉ କେତେବେଳେ ରାଜ୍ୟରାଜନୀତିର ମଙ୍ଗ ସମ୍ଭାଳିଲେ । ଆଉ ଶେଷରେ ଆସିଥିଲା ସେହି ଗୌରବାନ୍ୱିତ ସମୟ, ଯାହାଙ୍କ ପାଇଁ ସାରା ଦେଶରେ ଓଡ଼ିଶାର ନାଁ ଉଚ୍ଚା ହୋଇଥିଲା । ପ୍ରତିଟି ଭାରତୀୟ ତଥା ଓଡ଼ିଶାବାସୀ ଗର୍ବ ଅନୁଭବ କରିଥିଲେ । ଆଉ ସେହି ଆଦିବାସୀ ଝିଅ ହୋଇ ଥିଲେ ଭାରତର ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ତେବେ ରାଷ୍ଟ୍ରପତି ପଦବୀରେ ବସିବା ପରେ , ତାଙ୍କୁ ନେଇ ବିଶ୍ୱବ୍ୟାପୀ ହୋଇଥିଲା ଚର୍ଚ୍ଚା । ପ୍ରତିଟି ଜନସାଧରଣଙ୍କ ମୁଁହଁରେ ଥିଲା ଗୋଟିଏ ପ୍ରଶ୍ନ କିଏ ଏହି ମହିୟସୀ ମହିଳା । ରାଷ୍ଟ୍ରପତି ପଦବୀ ପର୍ଯ୍ୟନ୍ତ କେମିତି ଥିଲା ତାଙ୍କ ଯାତ୍ରା । ଏହି ପ୍ରଶ୍ନର ଆଜି ପର୍ଯ୍ୟନ୍ତ ପ୍ରାୟ କୌଣସି ସନ୍ତୋଷଜନକ ଉତ୍ତର ମିଳି ନାହିଁ । ତାଙ୍କ ଜୀବନୀ ନେଇ ବହୁ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ତାଙ୍କ ଜୀବନର ବହୁ ରୋଚକ ତଥ୍ୟ ଆଜି ବି ଲୋକଙ୍କୁ ଅଜଣା । କିନ୍ତୁ ଖୁବ୍ ଶୀଘ୍ର ଉନ୍ମୋଚନ ହେବ ‘ମାଡାମ୍ ପ୍ରେସିଡେଣ୍ଟ’ । ଯେଉଁଥିରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା ହୋଇଛି ଓଡ଼ିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଘର୍ଷର କାହାଣୀ ।
ଆଉ ମାତ୍ର ଦୁଇମାସ ପରେ ରାଷ୍ଟ୍ରପତି ଭାବେ ପୁରଣ ହେବ ତାଙ୍କର ଏକ ବର୍ଷ । ଆଉ ଏହି ସମୟରେ ଉନ୍ମୋଚନ ହେବ ତାଙ୍କ ଜୀବନୀ ପୁସ୍ତକ । ୨୦୨୨ ମସିହା ଜୁନ୍ ମାସରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କ ନାଁ ରାଷ୍ଟ୍ରପତି ଘୋଷଣାର ଠିକ୍ ୩ ଦିନ ପରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ ସହ ଯୋଗାଯୋଗ କରିଥିଲା ବିଖ୍ୟାତ ପ୍ରକାଶନ ସଂସ୍ଥା ପେଙ୍ଗୁଇନ୍ । ଆଉ ରାଷ୍ଟ୍ରପତିଙ୍କ ଜୀବନୀ ଉପରେ ଏହି ପୁସ୍ତକ ଲେଖିବାକୁ ପ୍ରସ୍ତାବ ଦେଇଥିଲା । ୨୦୨୨ ଡିସେମ୍ବର ୧୮ରେ ଲେଖା ଶେଷ ହେବାପରେ ସଂସ୍ଥାକୁ ପାଣ୍ଡୁଲିପି ପଠାଇଥିଲେ ସାମ୍ବାଦିକ ସନ୍ଦୀପ ସାହୁ ।
‘ମାଡାମ୍ ପ୍ରେସିଡେଣ୍ଟ’ରେ ୧୪ଟି ପରିଚ୍ଛେଦ ରହିଛି । େଉଁଥିରେ ତାଙ୍କ ପ୍ରାରମ୍ଭିକ ଜୀବନରୁ ବର୍ତ୍ତମାନ ସମୟର କଥାକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି । ଏଥି ସହିତ ତାଙ୍କ ଜୀବନର ବହୁ ରୋଚକ ଘଟଣା ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି । ଏହି ପୁସ୍ତକ ଜୁନ୍ ୨୦ ତାରିଖରେ ନୂଆଦିଲ୍ଲୀରେ ଲୋକାର୍ପଣ ହେବ ବୋଲି ସୂଚନା ମିଳିଛି । ଏହି ଦିନ ଶ୍ରୀ ଗୁଣ୍ଡିଚା ଯାତ୍ରା ହୋଇଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଥିବାରୁ ପ୍ରକାଶନ ସଂସ୍ଥା ଏହି ଦିନ ପୁସ୍ତକ ଉନ୍ମୋଚନ କରିବ ବୋଲି କୁହାଯାଇଛି । ଜୀବନୀ ପୁସ୍ତକକୁ ଓଡ଼ିଆ ସମେତ ବିଭିନ୍ନ ଭାଷାରେ ଅନୁବାଦ କରାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com